Business

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଦୀପାବଳିରେ ୪ ଦିନିଆ “ଆଲୋକମୟ କୋଲକାତା” କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳିରେ ଶ୍ୟାମ ମେଟାଲିକ୍ସ ପକ୍ଷରୁ ଆକ୍ରୋପୋଲିସ ମଲ୍‌ରେ ୨୦୨୬ ନଭେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ “ଆଲୋକମୟ କୋଲକାତା’ ନାମକ ୪-ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୃଜନଶୀଳତା, ସାଂସ୍କୃତିକ ପରିପ୍ରକାଶ ଓ ଗୋଷ୍ଠୀ ଅଂଶଗ୍ରହଣ ଜରିଆରେ ଏହି କାର୍ଯ୍ୟକ୍ରମ ଆଲୋକ, ରଙ୍ଗ ଓ ସଂସ୍କୃତି ପାଇଁ ସହରର ଭଲ ପାଇବାକୁ ଏକତ୍ରୀତ କରିଥିଲା।
ଏହି ଉତ୍ସବ ପାଳନର ଅଂଶ ଭାବେ ଏସ୍‌ଇଏଲ୍ ଟାଇଗର ଟିଏମ୍‌ଟି ବାର୍ ଓ ଏସ୍‌ଇଏଲ୍ ଟାଇଗର ରୁଫିଂ ସିଟ୍‌କୁ ନେଇ ଏକ କଳାତ୍ମକ ସ୍ଥାପନା ପ୍ରସ୍ତୁତ କରଯାଇଥିଲା। ଏସ୍‌ଇଏଲ୍ ଟାଇଗର୍ ଟିଏମ୍‌ଟି ବାର୍‌କୁ ନେଇ ଏକ ଆଲୋକର ବୃକ୍ଷ ପ୍ରସ୍ତୁତ କରାଯାଇଥିଲା ଏବଂ ଏସ୍‌ଇଏଲ୍ ଟାଇଗର୍ ରୁଫିଂ ସିଟ୍‌କୁ ବ୍ୟବହାର କରି କୋଲକାତାରୁ ଅନୁପ୍ରାଣିତ ଢ଼ାଂଚା ଯଥା ଐତିହ୍ୟ ଟ୍ରାମ୍ ଓ ପାରମ୍ପରିକ ଟାକ୍ସି ଭଳି ସ୍ଥାପତ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥି ସହିତ ଉତ୍ସବ ଉପଯୋଗୀ ସାଜସଜ୍ଜା ପରିବେଶକୁ ମନମୁଗ୍ଧକର କରିଥିଲା।
ପାରମ୍ପରିକ ଉତ୍ସବ ସାଜସଜ୍ଜାଠାରୁ ଆଗକୁ ବଢ଼ି ଏହି ଅଭିଯାନରେ ଗୋଷ୍ଠୀ ଅଂଶଗ୍ରହଣକୁ କେନ୍ଦ୍ର ସ୍ଥଳରେ ରଖାଯାଇଥିଲା। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ବିଷୟରେ ସୃଜନଶୀଳ କାର୍ଯ୍ୟକଳାପ ଆୟୋଜନ କରାଯାଉଥିଲା ଯେଉଁଥିରେ ପରିଦର୍ଶନକମାନଙ୍କୁ ସାମିଲ କରାଯାଉଥିଲା। ଫୁଲର ରଙ୍ଗୋଲି ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ନଭେମ୍ବର ୭ରେ ରଙ୍ଗୋଲି ପ୍ରତିଯୋଗିତା ଓ ନଭେମ୍ବର ୮ରେ ଦୀପ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନଭେମ୍ବରରେ ୯ ତାରିଖରେ ଏକ ଗ୍ରାଣ୍ଡ ଫିନାଲେ ସହିତ ଏହି ଚାରିଦିନିଆ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ସେଥିରେ ବିଶିଷ୍ଠ ସିନେ ଅଭିନେତା ମିଥୁନ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ୱତନ୍ତ୍ର ଉପହାର ଦିଆଯାଇଥିଲା ଯାହା ଏହି ଉତ୍ସବକୁ ସ୍ମରଣୀୟ କରିପାରିଥିଲା।
ଏହି ଅବସରରେ ଶ୍ୟାମ ମେଟାଲିକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ନିର୍ମଳ ଉଦୟ କହିଛନ୍ତି ଯେ, “କୋଲକାତା କେବଳ ଏକ ସହର ନୁହେଁ, ଏହା ହେଉଛି ଏହାର ଲୋକ, ପରମ୍ପରା, ସୃଜନଶୀଳତା ଓ ଏକଜୁଟ ହେବାର ଅସାଧାରଣ ଭାବକୁ ନେଇ ଗଢ଼ି ଉଠିଥିବା ଏକ ଆବେଗ। ଆମେ ନିଜର ଘର ବୋଲି କହୁଥିବା ଏହି ସହରୁ ଅନୁପ୍ରାଣିତ ସୃଜନଶୀଳତାର ରୂପ ନେଇଥିବା ଆମ ଏସ୍‌ଇଏଲ୍ ଟାଇଗର୍ ଟିଏମ୍‌ଟି ବାର୍ ଓ ଏସ୍‌ଇଏଲ୍ ଟାଇଗର୍ ରୁଫିଂ ସିଟ୍‌କୁ ଦେଖିବା ଆମ ପାଇଁ ବେଶ୍ ସ୍ୱତନ୍ତ୍ର ଭାବ ସୃଷ୍ଟି କରିଥିଲା। ଆମ ପାଇଁ ଦୃଢ଼ତା କେବଳ ଆମ ଉତ୍ପାଦ ଦ୍ୱାରା ଯାହା ଗଢ଼ା ହେଉଛି ତାହା ନୁହେଁ, ବରଂ ଆମେ ଲୋକ ଓ ସମାଜ ସହିତ ଗଢ଼ୁଥିବା ସମ୍ପର୍କ। ଆଲୋକମୟ କୋଲକାତା ସହିତ ଆମେ ସହରର ଦୀପାବଳି ପାଳରେ କିଛି ଅଧିକ ଆଲୋକ, ଖୁସି ଓ ଏକତା ଯୋଡ଼ିବାକୁ ଆଶା ରଖିଛୁ।”

Share

Leave a Reply

Your email address will not be published. Required fields are marked *

one + nine =