ଶ୍ୟାମ ମେଟାଲିକ୍ସର ୨୦୨୬-୨୭ ଆର୍ଥିକ ବର୍ଷରେ ରାଜସ୍ୱରେ ସ୍ଥାୟୀ ଏବଂ ସୁଦୃଢ଼ ଅଭିବୃଦ୍ଧି
ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। କମ୍ପାନିର ରାଜସ୍ୱ ୨୩.୩ ପ୍ରତିଶତ ବୃଦ୍ଧି ପାଇ ୫୪୫୫ କୋଟି ଟଙ୍କା ଓ ଏବିଟଡା୨୮.୩ ପ୍ରତିଶତ ବୃଦ୍ଧି ପାଇ ୮୧୨ କୋଟି ଟଙ୍କା ହୋଇଛି। ଏବିଟଡା ମାର୍ଜିନ ୧୪.୯ ପ୍ରତିଶତ, ପରିଚାଳନା ଏବିଟଡା ୭୬୫ କୋଟି ଟଙ୍କା, ପରିଚାଳନା ଏବିଟଡା ମାର୍ଜିନ ୧୪ ପ୍ରତିଶତ ରହିଛି। ଏହି ସମୟରେ କମ୍ପାନିର ଟିକସ ପରବର୍ତ୍ତୀ ଲାଭ ୩୫୧ କୋଟି ଟଙ୍କା ଓ ପିଏଟି ମାର୍ଜିନ ୬.୪ ପ୍ରତିଶତ ରହିଛି।
ଶ୍ୟାମ ମେଟାଲିକ୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ, ‘ଶୃଙ୍ଖଳିତ କାର୍ଯ୍ୟକାରିତା, ପରିଚାଳନା ଉତ୍କର୍ଷ ଓ ଆମର ସମନ୍ୱିତ ବ୍ୟବସାୟ ମଡେଲର ଦୃଢ଼ତା ଆଧାରରେ ଆମେ ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକକୁ ଭଲ ଭାବେ ଆରମ୍ଭ କରିଛୁ। ଏହି ତ୍ରୈମାସିକରେ ରାଜସ୍ୱ, ଏବିଟଡା ଓ ପିଏଟି ଯଥାକ୍ରମେ ୨୩ ପ୍ରତିଶତ, ୨୮ ପ୍ରତିଶତ ଓ ୨୧ ପ୍ରତିଶତ ବୃଦ୍ଧି ପାଇଛି। ନିରନ୍ତର ପରିଚାଳନା ପାରଦର୍ଶିତାରେ ଉନ୍ନତି ପାଇଁ ଏବିଟଡା ମାର୍ଜିରେ ୧୦୦ ବିପିଏସ ବୃଦ୍ଧି ଘଟିଛି।
ଏହି ତ୍ରୈମାସିକର ଏକ ନିର୍ଣ୍ଣାୟକ ମାଇଲଖୁଂଟ ଥିଲା ଭିଜନ ୨୦୩୧ ରୋଡମ୍ୟାପର ଉନ୍ମୋଚନ ଯେଉଁଥିରେ ଶ୍ୟାମ ମେଟାଲିକ୍ସକୁ ଦୃଢ଼ ଓ ସ୍ଥାୟୀ ଆୟ ପ୍ରୋଫାଇଲ ସହିତ ଏକ କମୋଡିଟି ଆଧାରିତ ଇସ୍ପାତ ଉତ୍ପାଦନକାରୀରୁ ଏକ ବିବିଦ, ମୂଲ୍ୟଯୁକ୍ତ ଧାତବ ସଂସ୍ଥାରେ ପରିଣତ କରିବାକୁ ଅଭିଳାଷ ରହିଛି।
ଓଡ଼ିଶାରେ ଆମର ଆଲୁମିନିୟମ ଫଏଲ କାରଖାନାରେ ବାଣିଜ୍ୟିକ ଉତ୍ପାଦନର ଶୁଭାରମ୍ଭ କରି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ମାଇଲଖୁଂଟ ହାସଲ କରିଛୁ ଯାହା ଏକ ସମନ୍ୱିତ ଆନୁଷଙ୍ଗିକ ଆଲୁମିନିୟମ ବ୍ୟବସ୍ଥା ଗଠନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦ୍ୱିତୀୟ ତ୍ରୈମାସିକରେ କାର୍ଯ୍ୟକାରୀ ହେବା ପାଇଁ ଆଲୁମିନିୟମ ଫ୍ଲାଟ ରୋଲଡ ଉତ୍ପାଦ କାରଖାନା ସଠିକ ଦିଗରେ ଗତି କରୁଛି ଏବଂ ଆମ ଅଭିବୃଦ୍ଧି ପୋର୍ଟଫୋଲିଓର ସବୁ ପ୍ରମୁଖ ପ୍ରକଳ୍ପ ଯୋଜନା ଅନୁସାରେ ଆଗକୁ ବଢ଼ୁଛି ଏବଂ ନିର୍ଦ୍ଧିାରିତ ସମୟ ସୀମା ସହିତ ତାହା ଆଗକୁ ବଢ଼ିବା ଜାରି ରହିବ।
ଆମ ଇତିହାସର ଅନ୍ୟତମ ସର୍ବବୃହତ୍ତ ନିବେଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ସତ୍ୱେ ଅଳ୍ପ ଋଣ ସ୍ତର ସହ ଆମେ ଦୃଢ଼ ବାଲାନ୍ସ ସିଟ ବଜାୟ ରଖିଛୁ ଯାହା ପୁଞ୍ଜି ଆବଂଟନରେ ଆମର ପାରଦର୍ଶିତା, ସୁସ୍ଥକର ଆଭ୍ୟନ୍ତରୀଣ ନଗଦ ସୃଷ୍ଟି ଏବଂ ନିଜସ୍ୱ ପାଣ୍ଠି ଜରିଆରେ ଅଭିବୃଦ୍ଧି ପାଇଁ ଆମ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ତାହା ଦର୍ଶାଉଛି। ଆମର ନୂତନ କ୍ଷମତା ସମ୍ପ୍ରସାରଣ ଏବଂ ଏଚଆର, ଏସବିକ୍ୟୁ, ଷ୍ଟେନଲେସ ଷ୍ଟିଲ, ଆଲୁମିନିୟମ ଓ ଆନୁଷଙ୍ଗିକ କ୍ଷେତ୍ର ଭଳି ଉଚ୍ଚ ମୂଲ୍ୟର ବ୍ୟବସାୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ଅର୍ଥପୂର୍ଣ୍ଣ ଭାବେ ଯୋଗଦାନ ଦେଉଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଆୟ, ଗୁଣାତ୍ମକ ମାନ, ଲାଭ ଓ ପୁଞ୍ଜି ଦକ୍ଷତାରେ ବ୍ୟାପକ ଉନ୍ନତି ହେବ ବୋଲି ଆମେ ଆଶା କରୁଛୁ। ଉତ୍କର୍ଷ ରିଟର୍ଣ୍ଣ ପ୍ରଦାନ କରିବାର ଆମର ଦୀର୍ଘକାଳୀନ ଲକ୍ଷ୍ୟକୁ ହାସଲ କରିବା ନେଇ ଆମେ ଦୃଢ଼ ବିଶ୍ୱାସୀ ରହିଛୁ ଏବଂ ଭିଜନ ୨୦୩୧ ଅନୁସାରେ ଆମର ଆରଓଇ ଓ ଆରଓସିଇରେ ଉଲ୍ଲେଖନୀୟ ଉନ୍ନତି ଆଶା କରୁଛୁ।
ଆମର ଦୃଢ଼ ଆର୍ôଥକ ସ୍ଥିତି, ବିବିଧ ପୋର୍ଟଫୋଲିଓ ଓ ଏକ ଉତ୍ତମ ନିର୍ଦ୍ଧାରିତ ଅଭିବୃଦ୍ଧି ଯୋଜନା ସହ ଆଗାମୀ ଦିନରେ ଉଦୀୟମାନ ସୁଯୋଗକୁ ହାସଲ କରିବା ଏବଂ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଏକ ସ୍ଥାୟୀ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବାକୁ ଆମେ ଭଲ ସ୍ଥିତିରେ ରହିଛୁ।”

