ଏଟେଂରୋ ହେଲ୍‌ଥକେୟାର ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ତିନି ସ୍ୱାସ୍ଥ୍ୟ ସେବା ଉତ୍ପାଦ ବିତରକ ଏଟେଂରୋ ହେଲ୍‌ଥକେୟାର ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ଇନିସିଆଲ ପବ୍ଲିକ୍ ଅଫରିଂ ମାଧ୍ୟମରେ ୧୦୦୦ କୋଟି ଟଙ୍କାର ନୂଆ ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୮,୫୫୭,୫୯୭ ଇକ୍ୱିଟି ସେୟାରକୁ ବିକ୍ରି କରିବେ ।
ଅଫର ଫର ସେଲ୍‌ରେ ପ୍ରଭାତ ଅଗ୍ରୱାଲ୍ ୫୩୪,୦୮୨ ଇକ୍ୱିଟି ସେୟାର, ଅରବିଡ୍‌ମେଡ୍ ଏସିଆ ୩ ମରିସସ୍ ଲିମିଟେଡ୍ ୭,୫୦୦,୦୦୦ ଇକ୍ୱିଟି ସେୟାର, ପ୍ରେମ୍ ସେଠୀ ୩୫୩,୩୦୨ ଇକ୍ୱିଟି ସେୟାର, ଚେତନ ଏମ୍‌ପି ୪୪୦୧ ଇକ୍ୱିଟି ସେୟାର, ଦୀପେଶ ଟି ଗାଲା ୧୩୨୦ ଇକ୍ୱିଟି ସେୟାର, ହେମନ୍ତ ଜୋସ୍ ବାରୋସ୍ ୮୮୦୨ ଇକ୍ୱିଟି ସେୟାର, ହେମନ୍ତ ଜଗି ୪୪୦୧ ଇକ୍ୱିଟି ସେୟାର, କେ ଆର ଭି ଏସ୍ ଭାରାପ୍ରସାଦ ୨୨୦୧ ଇକ୍ୱିଟି ସେୟାର, କେ ଇ ପ୍ରକାଶ ୩୯,୬୧୦ ଇକ୍ୱିଟି ସେୟାର ଏବଂ ଲାଭୂ ସହଦେବ ୧୩୨୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫରରୁ ଯେଉଁ ପାଣ୍ଠି ଯୋଗାଡ଼ ହେବ ତାହାକୁ କଂପାନି ଏହାର ଓ ସହାୟକ ସଂସ୍ଥାଗୁଡ଼ିକର ଋଣକୁ ଆଗୁଆ ଶୁଝିବା ବା ପରିଶୋଧ କରିବା, କଂପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ଅଧିଗ୍ରହଣ ଆଦି ଜରିଆରେ କଂପାନିର ଅଭିବୃଦ୍ଧିକୁ ବଢ଼ାଇବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଏଟେଂରୋ ହେଲ୍‌ଥକେୟାର ସଲ୍ୟୁସନ୍ସକୁ ୨୦୧୮ରେ ପ୍ରଭାତ ଅଗ୍ରୱାଲ୍ ସ୍ଥାପନ କରିଥିଲେ । ଏକ ସର୍ବଭାରତୀୟ, ସଂଗଠିତ ପ୍ରଯୁକ୍ତି ଦ୍ୱାରା ପ୍ରେରିତ ସମନ୍ୱିତ ସ୍ୱାସ୍ଥ୍ୟ ସେବା ଉତ୍ପାଦ ବିତରଣ ପ୍ଲାଟଫର୍ମ ଭାବେ ଏହାକୁ ବିକାଶ କରାଯାଇଛି । କଂପାନି ସ୍ୱାସ୍ଥ୍ୟସେବା ଉତ୍ପାଦନକାରୀମାନଙ୍କୁ ଫାର୍ମାସି, ହସ୍ପିଟାଲ୍ ଓ କ୍ଳିନିକ୍‌ରେ ପହଂଚାଇବାରେ ସାହାଯ୍ୟ କରୁଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସାରା ଦେଶରେ କଂପାନିର ୭୩ଟି ଗୋଦାମ ଘର ରହିଥିଲା । ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ରେ କଂପାନି ଯଥାକ୍ରମେ ୩୯,୫୦୦, ୬୪,୨୦୦ ଓ ୮୧,୪୦୦ ରିଟେଲ୍ ଗ୍ରାହକ ଏବଂ ଯଥାକ୍ରମେ ୧୬୦୦, ୨୫୦୦ ଓ ୩୪୦୦ ହସ୍ପିଟାଲ୍ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଡାମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

five × 5 =