ପୁଣି ଚର୍ଚ୍ଚାରେ ସୁର ରାଉତରାୟଙ୍କ ପରିବାର ରାଜନୀତି

ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପରିବାର ରାଜନୀତି । ସାନ ପରେ ବଡ଼ପୁଅର ଏଣ୍ଟ୍ରି। କଂଗ୍ରେସ ଭବନରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଠି ବଡ ବୟାନ ଦେଇଛନ୍ତି ସିଦ୍ଧାର୍ଥ।

କହିଛନ୍ତି, ମୋର ରକ୍ତ କଂଗ୍ରେସ ଓ ସୁଯୋଗ ମିଳିଲେ କଂଗ୍ରେସରୁ ଲଢ଼ିବି ବୋଲି କହିଛନ୍ତି ସିଦ୍ଧାର୍ଥ।  କିଛି ଦିନ ତଳେ କଂଗ୍ରେସରୁ ଲଢ଼ିବିନି ବୋଲି ଖୋଲାଖୋଲି ଗଣମାଧ୍ୟମରେ କହିଥିଲେ ସୁରଙ୍କ ସାନ ପୁଅ ମନ୍ମଥ । ଏହାପରେ ଶୃଙ୍ଖଳା କମିଟି ମନ୍ମଥଙ୍କୁ ଦଳରୁ ନିଲମ୍ବନ କରିଥିଲା।

Share

Leave a Reply

Your email address will not be published. Required fields are marked *

five + five =