ଟାଟା ଷ୍ଟିଲ୍ ପକ୍ଷରୁ ରିଫ୍ରାକ୍ଟରି ପ୍ରଯୁକ୍ତି-୨୦୨୩ ଉପରେ ଆନ୍ତର୍ଜାତିକ ସେମିନାର

-ଅଗ୍ରଣୀ ରିଫ୍ରାକ୍ଟରି ନିର୍ମାତା, ଆର୍‌ଆଣ୍ଡ୍‌ଡି କେନ୍ଦ୍ର, ଇସ୍ପାତ କାରଖାନା ଓ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ପ୍ରତିନିଧିଙ୍କ ଦୁଇଦିନିଆ ସେମିନାରରେ ଯୋଗଦାନ
ଭୁବନେଶ୍ୱର: ଇଣ୍ଡିଆନ ସେରାମିକ୍ ସୋସାଇଟି, ଜାମସେଦପୁର ଚାପ୍ଟର ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ରିଫ୍ରାକ୍ଟରିଜ୍ ପ୍ରଯୁକ୍ତି (ଇନ୍‌୍‌ଏସ୍‌ଇଆର୍‌ଟି) ଉପରେ ସେପ୍ଟେମ୍ବର ୧୪-୧୫ରେ ଆନ୍ତର୍ଜାତିକ ସେମିନାର ଆୟୋଜନ କରାଯାଇଛି । ସେମିନାରର ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଫର୍ଣ୍ଣାସ୍ ହାର୍ଥରେ ବିସ୍ଫୋରଣ ଓ କାଷ୍ଟ ହାଉସ୍ ରିଫ୍ରାକ୍ଟରିଜ୍ ।
ଏହି ଦୁଇଦିନିଆ ସେମିନାର ଆଜିଠାରୁ ଆରମ୍ଭ ହୋଇଛି ଯେଉଁଥିରେ ଦେଶବିଦେଶର ୨୦ ବିଶିଷ୍ଟ ବକ୍ତା ଯୋଗ ଦେଇଥିବା ବେଳେ ଅଗ୍ରଣୀ ରିଫ୍ରାକ୍ଟରିଜ୍ ନିର୍ମାତା, ଆର୍‌ଆଣ୍ଡ୍‌ଡି କେନ୍ଦ୍ର, ଇସ୍ପାତ କାରଖାନା ଓ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।
ସେମିନାରରେ ମୁଖ୍ୟ ଅତିିଥି ଭାବେ ଯୋଗ ଦେଇ ଟାଟା ଷ୍ଟିଲ୍ କଳିଙ୍ଗନଗରର ସଭାପତି-ଅପରେସନ୍ସ ରାଜୀବ କୁମାର କହିଛନ୍ତି ଯେ, “ଆମଦାନି ଉପରେ ଇସ୍ପାତ ଶିଳ୍ପର ନିର୍ଭରଶୀଳତା କମାଇବା ଲାଗି ପ୍ରମୁଖ ଇସ୍ପାତ କ୍ଲଷ୍ଟରଗୁଡ଼ିକ ପାଖାପାଖି ଅଂଚଳରେ ଘରୋଇ ରିଫ୍ରାକ୍ଟରି ନିର୍ମାତାମାନେ ସେମାନଙ୍କ କାରଖାନା ସ୍ଥାପନ କରିବା ଉଚିତ । ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ସହ ସହଯୋଗିତା ଜରିଆରେ ଟାଟା ଷ୍ଟିଲ୍ ଦୀର୍ଘସ୍ଥାୟୀ ଇସ୍ପାତ ପ୍ରସ୍ତୁତିରେ ପଥ ପ୍ରଦର୍ଶନ କରୁଛି । ଶୀଘ୍ର ଶୀତଳତା ଓ ଉତାପ ପ୍ରଦାନରେ ସହାୟକ ହେଉଥିବା ନୂଆ ଉତ୍ପାଦ ବିକାଶ ଭଳି ମୌଳିକ ଗବେଷଣାରେ ଆର୍‌ଆଣ୍ଡ୍‌ଡି କେନ୍ଦ୍ରଗୁଡ଼ିକ ନିୟୋଜିତ ହେବା ଉଚିତ । ଯାହା ଗୁରୁତ୍ୱପୂର୍ଣ୍ଣ ଉପକରଣଗୁଡ଼ିକର ଜୀବନ କାଳ ବଢ଼ାଇବା ସହ ଏହି କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ କରିପାରିବ । ପ୍ରଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର କରିବାକୁ ମୁଁ ରିଫ୍ରାକ୍ଟରି ଶିଳ୍ପକୁ ଉତ୍ସାହିତ କରୁଛି ।’’
ଆମନ୍ତ୍ରୀତ ବକ୍ତା ଓ ଶିଳ୍ପ ବିଶେଷଜ୍ଞ ପାଇଁ ଜ୍ଞାନ ଆଦାନପ୍ରଦାନ କରିବାର ଏକ ମଂଚ ହେଉଛି ଇନ୍‌ଏସ୍‌ଇଆର୍‌ଟି । ଶିଳ୍ପକୁ ସକ୍ଷମ କରିବା ପ୍ରକ୍ରିୟାରେ ହେଉଥିବା ପରିବର୍ତନ ଏବଂ ବାହ୍ୟ ପରିବେଶ ସହ ସମ୍ପର୍କିତ ଆଗାମୀ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଏହା ଗୁରୁତ୍ୱାରୋପ କରୁଛି । ଇସ୍ପାତ ତିଆରିର ଭବିଷ୍ୟତ, ବ୍ଲାଷ୍ଟ୍ ଫର୍ଣ୍ଣେସ (ବିଏଫ୍‌)୍‌ରେ ଏଚ୍‌୨ ଭର୍ତି କରିବା, ବିଏଫ୍ ହାର୍ଥର ଶୀଘ୍ର ମରାମତି, ପରବର୍ତୀ ପିଢ଼ିର ଟ୍ୟାପ୍ ହୋଲ୍ କ୍ଲେ ଏବଂ ଅନଲାଇନ୍ ନିରୀକ୍ଷଣରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ଭଳି ଉଦୀୟମାନ ଚିନ୍ତାଧାରା ଓ ପ୍ରଯୁକ୍ତି ଉପରେ ଏହି ଆନ୍ତର୍ଜାତିକ ସେମିନାରରେ ଗୁରୁତ୍ୱାରୋପ କରାଯାଇଥିଲା ।
“ଇନ୍‌ଏସ୍‌ଇଆର୍‌ଟି-୨୦୨୩”ର ଉଦ୍ଦେଶ୍ୟ ହେଉଛି ଜ୍ଞାନର ଆଦାନପ୍ରଦାନ କରିବା ଏବଂ ରିଫ୍ରାକ୍ଟରି କ୍ଷେତ୍ରରେ ନବସୃଜନକୁ ସୁଦୃଢ଼ କରିବା । ଶିଳ୍ପର ପରିବର୍ତିତ ଆବଶ୍ୟକତାର ମୁକାବିଲା କରିବା ଲାଗି ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଆଗରେ ରହିବା ଇସ୍ପାତ ଶିଳ୍ପ ପାଇଁ ବେଶ ମହତ୍ୱପୂର୍ଣ୍ଣ ବୋଲି ଟାଟା ଷ୍ଟିଲ୍‌ର ମୁଖ୍ୟ-ରିଫ୍ରାକ୍ଟରିଜ୍ ଗ୍ରୁପ୍ ବ୍ରିଜେନ୍ଦର ସିଂହ କହିଛନ୍ତି ।”

Share

Leave a Reply

Your email address will not be published. Required fields are marked *

six + 4 =