ଭୋଲ୍‌ଟି କଲ୍ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ୱି ପକ୍ଷରୁ ଅନରିସୁ ସହ ସହଯାଗିତା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ କଂପାନି ୱି ପକ୍ଷରୁ ଭାରତରେ ଭୋଲ୍‌ଟିରେ ଗ୍ରାହକମାନଙ୍କୁ ଉନ୍ନତ କଲିଂ ଅନୁଭୂତି ପ୍ରଦାନ କରିବା ଲାଗି ଅନରିସୁ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଗ୍ରାହକ ଅନୁଭୂତିକୁ ସୁନିଶ୍ଚିତ କରିବା ଲାଗି ଉଚ୍ଚ ମାନର ଭଏସ୍ ସେବା ଜରୁରୀ । ତାହାକୁ ଦୃଷ୍ଟିରେ ରଖି ୱି ପକ୍ଷରୁ ଅନରିସୁୁର ଭୋଲ୍‌ଟିଂ ନିରୀକ୍ଷଣ ସମାଧାନକୁ କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ୱିର ଗ୍ରାହକମାନଙ୍କ କଲ୍ ଶୀଘ୍ର ସଂଯୁକ୍ତ ହେବ ଏବଂ ସ୍ପଷ୍ଟ ଭଏସ୍ ସେବା ମିଳିପାରିବ । ଭୋଲ୍‌ଟି ସମସ୍ୟାକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ଏବଂ ଭୋଲ୍‌ଟି ସେବା ସମ୍ପର୍କିତ ବିଷୟକୁ ଭଲ ଭାବେ ଦେଖିହେବ ।
ଭୋଲ୍‌ଟି ହେଉଛି ଏକ ବ୍ୟାପକ ଢ଼ାଂଚା ଯେଉଁଥିରେ ବିବିଧ ସୁବିଧା ରହିଛି ଯାହା ଜରିଆରେ ପାରମ୍ପରିକ ଓଏସ୍‌ଏସ୍ ବ୍ୟବସ୍ଥା ତୁଳନାରେ ଗ୍ରାହକ ସମ୍ପର୍କିତ ସେବାକୁ ଶୀଘ୍ର ଚିହ୍ନଟ କରାଯାଇପାରିବ । କଲ୍ ମ୍ୟୁଟ୍ ହେବା କିମ୍ବା କିଛି ଶବ୍ଦ ନଶୁଭିବା ପୁରୁଣା ଓଏସ୍‌ଏସ୍ ବ୍ୟବସ୍ଥାରେ ଚିହ୍ନଟ କରାଯାଇପାରୁନଥିଲା । ଅନରିସୁର ସମାଧାନ ଭୋଲ୍‌ଟିର ବିଭିନ୍ନ ଦିଗରେ ଉନ୍ନତି ଆଣିବାରେ ସହାୟକ ହେବ ।
ଅନରିସୁର ସମାଧାନକୁ ବ୍ୟବହାର କରି ସମସ୍ୟାକୁ ସମାଧାନ କରିବାର ସମୟରେ ୱି ୩୦% ହ୍ରାସ କରିପାରିବ । ସେହି ସମସ୍ୟା ବାସ୍ତବ ସମୟରେ ଚିହ୍ନଟ ହୋଇପାରିବ ଏବଂ ତାହାକୁ ଶୀଘ୍ର ସମାଧାନ ଲାଗି ସଂପୃକ୍ତ ଟିମ୍ ପାଖକୁ ପଠାଇହେବ । ୱିର ଓପନ୍ ୟୁନିଭର୍ସାଲ୍ ହାଇବ୍ରିଡ୍ କ୍ଲାଉଡ୍‌ରେ ଅନରିସୁ ସମାଧାନକୁ ଯୋଡ଼ାଯାଇଛି ।
ୱିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଯଗବୀର ସିଂହ କହିଛନ୍ତି ଯେ, “ଭୋଲ୍‌ଟି ସେବାରେ ସମସ୍ୟାକୁ ବାସ୍ତବ ସମୟରେ ଚିହ୍ନଟ କରି ଆମେ ଗ୍ରାହକଙ୍କୁ ପ୍ରଭାବିତ କରୁଥିବା ସମସ୍ୟାକୁ ପ୍ରତ୍ୟକ୍ଷ ଭାବେ ଅଲଗା କରି ତାହାର ସମାଧାନ କରିପାରିବୁ । ଏହି ସମାଧାନକୁ ଆମ ପରିଚାଳନା ଟିମ୍ ବ୍ୟାପକ ଭାବେ ବ୍ୟବହାର କରି ଗ୍ରାହକଙ୍କ ଭୋଲ୍‌ଟି ଅନୁଭୂତିରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି । ଅନରିସୁ ସହ ସହଯୋଗିତା ଆମ ଗ୍ରାହକଙ୍କୁ ଉତମ ଲାଭ ପ୍ରଦାନ କରିଛି ଏବଂ ଆନ୍ତର୍ଜାତିକ ରୋମିଂ ଭଳି ଆମ ଅନ୍ୟାନ୍ୟ ସେବାରେ ଉନ୍ନତି ଆଣିବା ଲାଗି ତାହାକୁ ବ୍ୟବହାର କରାଯିବ ।’’
ଅନରିସୁ ସର୍ଭିସ୍ ଆସ୍ୟୁରାନ୍ସର ସିଇଓ ରାଲ୍‌ଫ ଇଡ୍‌ିଂ କହିଛନ୍ତି ଯେ, “ଭୋଲ୍‌ଟି ନେଟ୍‌ୱର୍କ ଓ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଭିଆଇଏଲ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଆମର ବଜାରର ଅଗ୍ରଣୀ ଏମ୍‌ଏଲ୍ ଭିତିକ ସମାଧାନ କ୍ଲୋଜଡ୍‌-ଲୁପ୍ ଅଟୋମେସନକୁ ବ୍ୟବହାର କରିବ ଏବଂ ଏଣ୍ଡ୍‌-ଟୁ-ଏଣ୍ଡ୍ ଭୋଲ୍‌ଟିଂ ଭିଜୁଆଲାଇଜେସନ ସୁବିଧା ପ୍ରଦାନ କରିବ ଯାହା ଭିଆଇଏଲ୍‌ର ବ୍ୟବସାୟ ଲକ୍ଷ୍ୟ ଅନୁସାରେ ଖାପଖାଉଛି । ଅନରିସୁ ସହିତ ସହଯୋଗିତାରେ ଭିଆଇଏଲ୍ ଶ୍ରେଷ୍ଠ ମାନର ଭୋଲ୍‌ଟି ସେବା ପ୍ରଦାନ କରିପାରିବ । ଭିଆଇଏଲ୍ ସହିତ ଆମେ ଏକ ସହଯୋଗିତା ଆଶା କରୁଛୁ ଏବଂ ସେମାନେ ୫ଜି ଆଡ଼କୁ ଅଗ୍ରସର ହେଉଥିବାରୁ ଗ୍ରାହକମାନଙ୍କୁ ଉତ୍କଷ୍ଟ ଅନୁଭୂତି ପ୍ରଦାନ କରିବାରେ ସେମାନଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିବ ।’’

Share

Leave a Reply

Your email address will not be published. Required fields are marked *

eighteen − 5 =