ଲଜିଷ୍ଟିକ୍ସ କ୍ଷେତ୍ରରେ କ୍ୟାରିୟର ସୁଯୋଗର ବିସ୍ତାର ପାଇଁ ଡେଲିଭରି ପକ୍ଷରୁ “ଡେଲିଭରି ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ”ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ସମ୍ପୂର୍ଣ୍ଣ ସମନ୍ୱିତ ଲଜିଷ୍ଟିକ୍ସ କଂପାନି ଡେଲିଭରି ପକ୍ଷରୁ ଲଜିଷ୍ଟିକ୍ସ ଶିଳ୍ପରେ କ୍ୟାରିୟର ଗଠନ କରିବା ଲାଗି ଯୁବପିଢ଼ିଙ୍କୁ ସଶକ୍ତ କରିବା ନିମନ୍ତେ ଡେଲିଭରି ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ ନାମକ ଏକ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରବେଶ ଏବଂ ମଧ୍ୟ ସ୍ତରର ପରିଚାଳନାଭୂମିକାରେ ଚାକିରି ପ୍ରଦାନକୁ ନିଶ୍ଚିତ କରାଯିବ ।
ଗୁରୁଗାଓଁରେ ଅନୁଷ୍ଠିତ ହେବାକୁ ଥିବା ପାଂଚ ସପ୍ତାହ ବିଶିଷ୍ଟ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରାର୍ଥୀ ଚୟନ କରିବା ନିମନ୍ତେ ୨୦୨୩ ଫେବ୍ରୁଆରି ୧୯ ତାରିଖରେ କଂପାନି ପକ୍ଷରୁ ଗଙ୍ଗାନଗର, ଉଜୈନ, କୁୁରୁର, ପୁରୁଲିଆ ଓ ଶ୍ରୀନଗର ଭଳି ୨୫ଟି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଏକ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଆୟୋଜନ କରାଯିବ । ଏହି ତାଲିମ କାର୍ଯ୍ୟକ୍ରମରେ ପରିଚାଳନା ପ୍ରକ୍ରିୟା, ସଫ୍‌ଟଓୟାର ଟୁଲ୍‌ସ, ଲଘୁ ଦକ୍ଷତା ଏବଂ କର୍ମଚାରୀ ପରିଚାଳନା ଆଦି ବିଷୟରେ ଉଭୟ ଶ୍ରେଣୀ ଗୃହ ଓ କେନ୍ଦ୍ରରେ ପ୍ରାକ୍ଟିକାଲ୍ ତାଲିମ ସାମିଲ ରହିଛି । ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିବା ପରେ ସେମାନଙ୍କୁ ଡେଲିଭରିର ସାରା ଭାରତରେ ଥିବା ବିଭିନ୍ନ କାର୍ଯ୍ୟରେ ପରିଚାଳନା ଭୂମିକାରେ ନିଯୁକ୍ତି ପ୍ରଦାନ କରାଯିବ ।
ଦଶମ, ଦ୍ୱାଦଶ ଓ ଡିପ୍ଲୋମା ପାସ୍ କରିଥିବା ୨୨ରୁ ୩୨ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନେ ଇଂରାଜିରେ ଲେଖି ଓ ପଢ଼ି ଜାଣିଛନ୍ତି ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିପାରିବେ ।
ଏହି ଅଭିଯାନ ସମ୍ପର୍କରେ ଡେଲିଭରିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ପୂଜା ଗୁପ୍ତା କହିଛନ୍ତି ଯେ, “ସାରା ଭାରତରେ ଥିବା ପ୍ରତିଭାବାନଙ୍କ ସହ ଯୋଡ଼ି ହେବା ଲାଗି ଆମର ରହିଥିବା ଦୀର୍ଘମିଆଦୀ ଲକ୍ଷ୍ୟ ଅନୁସାରେ ଏହି ଅଭିଯାନ ପ୍ରସ୍ତୁତ ହୋଇଛି ଏବଂ ଏହା ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନିଶ୍ଚିତ କରିବ । ଆମେ ନିଯୁକ୍ତ ହେବାକୁ ଥିବା ପ୍ରଥମ ବ୍ୟାଚ୍‌କୁ ସ୍ୱାଗତ କରିବା ଏବଂ ଡେଲିଭରିରେ ସେମାନଙ୍କ ଅଭିବୃଦ୍ଧି ଓ ସଫଳତାରେ ନିବେଶ କରିବାକୁ ଚାହିରହିଛୁ ।’’
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଡେଲିଭରି ଏକାଡେମିର ମୁଖ୍ୟ ସୁରଜୁ ଦତା କହିଛନ୍ତି ଯେ, “ଆମର ୫-ସପ୍ତାହ ବିଶିଷ୍ଟ ତାଲିମ ହେଉଛି ଏକ ବ୍ୟାପକ ଓ ଇନ୍‌-ହାଉସ୍ କାର୍ଯ୍ୟକ୍ରମ ଯାହାକୁ ଡେଲିଭରି ଏକାଡେମି ପକ୍ଷରୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଲଜିଷ୍ଟିକ୍ସ ଲାଗି ପ୍ରତିଭାବାନ କର୍ମଚାରୀ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମର ବ୍ୟାପକତା ଓ ଗଭୀରତା ଯୁବପିଢ଼ିଙ୍କ ଲଜିଷ୍ଟିକ୍ସ ପାଇଁ ଆବଶ୍ୟକ ଦକ୍ଷତା ଜରିଆରେ ସଶକ୍ତ କରିବ ।’’

Share

Leave a Reply

Your email address will not be published. Required fields are marked *

sixteen + 17 =