ଟିଭିଏସ୍ ଆଇକ୍ୟୁବ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ଗୋଷ୍ଠୀ ଦିବସ “ଟିଭିଏସ୍ ଆଇକ୍ୟୁବ୍ ଚାର୍ଜଫେଷ୍ଟ୍‌” ସହ ଚତୁର୍ଥ ବାର୍ଷିକୀ ପାଳିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ସ୍କୁଟର ବ୍ରାଣ୍ଡ୍ ଟିଭିଏସ୍ ଆଇକ୍ୟୁବ୍ ପକ୍ଷରୁ ଚତୁର୍ଥ ବାର୍ଷିକୀକୁ ପାଳନ କରିବା ଲାଗି ଭୁବନେଶ୍ୱରରେ ଏହାର ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ଗୋଷ୍ଠୀ ଦିବସ-ଟିଭିଏସ୍ ଆଇକ୍ୟୁବ୍ ଚାର୍ଜଫେଷ୍ଟ୍ ପାଳନ କରାଯାଇଛି । ଏହି ଗୋଷ୍ଟୀ ଦିବସରେ ୨୦୦ରୁ ଅଧିକ ଗ୍ରାହକ ଓ ସେମାନଙ୍କ ପରିବାର ବର୍ଗ ଯୋଗଦେଇଥିଲେ ।
ଏହି ଅବସରରେ ଗ୍ରାହକମାନଙ୍କ ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏକ ମେଗା ଡେଲିଭରି କାର୍ଯ୍ୟକ୍ରମରେ ଗ୍ରାହକମାନଙ୍କୁ ୫୦ଟି ଗାଡ଼ି ପ୍ରଦାନ କରାଯାଇଥିଲା । ଏହା ସହିତ ଗାଡ଼ି ସ୍ୱାସ୍ଥ୍ୟ ଶିବିର, ଭକ୍ସ ପକ୍ସ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରଥମ ଟିଭିଏସ୍ ଆଇକ୍ୟୁବ୍ ଚାର୍ଜଫେଷ୍ଟ୍ ପୂର୍ଣ୍ଣ ହର୍ଷୋଲ୍ଲାସର ସହ ସମାପନ ହୋଇଥିଲା ।
ଗାଡ଼ି ସ୍ୱାସ୍ଥ୍ୟ ଶିବିରରେ ଏକ ସର୍ଭିସ୍ ବୁଥ୍ ରହିଥିଲା ଯାହା ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି, ସଡ଼କପାଶ୍ୱର୍ ସହାୟତା, ଓଟିଏ ଅପ୍‌ଡେଟ୍ ଏବଂ ବର୍ଦ୍ଧିତ ୱାରେଂଟି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା । କିଛି ନିର୍ଦିଷ୍ଟ ଗ୍ରାହକ ସର୍ଭିସ୍ ସୁବିଧା ହାସଲ କରିଥିଲେ । ସର୍ଭିସ୍ ଆପଏଂଟ୍‌ମେଂଟ୍ ପାଇଁ କମ୍ପାନି ପକ୍ଷରୁ ଗୋଷ୍ଠୀ ସଦସ୍ୟଙ୍କୁ ସର୍ଭିସ୍ କୁପନ ପ୍ରଦାନ କରାଯାଇଥିଲା ।
ଟିଭିଏସ୍ ଆଇକ୍ୟୁବ୍‌ର ବୈଶିଷ୍ଟ୍ୟ ଉପରେ ଆୟୋଜିତ ଗେମ୍‌ରେ ଅଂଶଗ୍ରହଣକାରୀମାନେ ଭାଗ ନେଇଥିଲେ । ଏଥିରେ ପିଲାଙ୍କ ଲାଗି ପ୍ରତିଯୋଗିତା ଓ ବିଭିନ୍ନ ସଂପୃକ୍ତିଭିତିକ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା । ସହରର ବାସିନ୍ଦାମାନେ ଗ୍ରହଣ କରିଥିବା ଦାୟିତ୍ୱବାନ ଓ ସ୍ଥାୟୀ ପରିବହନ ବିକଳ୍ପକୁ ଏହା ଜରିଆରେ ପାଳନ କରାଯାଇଥିଲା ।
ଟିଭିଏସ୍ ଆଇକ୍ୟୁବ୍ ପରିବାରରେ ଅଢ଼େଇ ଲକ୍ଷରୁ ଅଧିକ ଗ୍ରାହକ ସାମିଲ ହୋଇସାରିଥିବା ବେଳେ, ବର୍ତମାନ ତାହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଯାହା ଟିଭିଏସ୍ ଆଇକ୍ୟୁବ୍‌ର ବର୍ଦ୍ଧିତ ଗ୍ରହଣୀୟତା ଦେଶ ଇଭି ଆଡ଼କୁ ଅଗ୍ରସର ହେଉଥିବାକୁ ଇଙ୍ଗିତ କରୁଛି । ଟିଭିଏସ୍ ମୋଟର କମ୍ପାନିର ତିନିଟି ନୀତି ରହିଛି । ତାହା ହେଉଛି ଗ୍ରାହକମାନଙ୍କୁ ଦୂରତା ଅତିକ୍ରମ କରିବା: ରଙ୍ଗ ଉପରେ ବିକଳ୍ପ ପ୍ରଦାନ କରିବା, ସବୁ ପ୍ରକାର ନିୟମକୁ ପାଳନ କରି ଗାଡ଼ିର ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ ଏବଂ ସାମଗ୍ରିକ କିଣାକିଣି ଅନୁଭୂତି ପ୍ରଦାନ କରିବା ଏବଂ ଆଇକ୍ୟୁବ୍‌କୁ ପରିଚାଳନା କରିବାର ସହଜତା ଯାହା ପ୍ରଭାବଶାଳୀ ହୋଇଥିବା ବେଳେ ଚିନ୍ତାମୁକ୍ତ ମଧ୍ୟ । ବର୍ତମାନ ଏହି ସ୍କୁଟର ଦେଶର ୩୪୮ଟି ସହରର ୬୧୨ ଡିଲରସିପ୍‌ରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

12 − 7 =