ଘରକୁ ଆସିବେ ନବୀନ …

ଭୁବନେଶ୍ବର: ଏବେ ଆପଣଙ୍କ ଘରକୁ ଆସିବେ ମୁଖ୍ୟମନ୍ତ୍ରୀ । ଅବିଶ୍ୱାସ ଲାଗୁଥିଲେ ବି ସତ । ସ୍ୱଦେହରେ ନହେଲେବି ଟେକ୍ନୋଲଜି ଜରିଆରେ ଆପଣଙ୍କ ପାଖରେ ପହଞ୍ଚିବେ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ … ମୋ ମୁଖ୍ୟମନ୍ତ୍ରୀ, ମୋ ଘରେ ।

ପ୍ରାଥମିକ ଭାବରେ 4ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ ।

ଏହି 4ଟି ଜିଲ୍ଲାର ପ୍ରତି ଗାଁକୁ ଏକ ଟିମ୍ ଯିବ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବା ପାଇଁ ଚାହିଁବେ ସେମାନଙ୍କୁ ଟେକ୍ନୋଲଜି ଜରିଆରେ ନବୀନଙ୍କ ସହ ଫଟୋ ଉଠାଇବାରେ ସହଯୋଗ କରିବ ଏହି ଟିମ୍ ।

Share

Leave a Reply

Your email address will not be published. Required fields are marked *

12 + 8 =