ଦୁଇ ଦିନିକିଆ ଓ ଟି-୨୦ ସିରିଜ୍ରେ ଖେଳିବେନି ବିରାଟ୍

ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଭାରତ ଆଜି ପ୍ରଥମ ଦିନିକିଆରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍ ପରେ ବିସିସିଆଇ ଫ୍ୟାନ୍ଙ୍କୁ ଝଟ୍କା ଦେବା ଭଳି ନିଷ୍ପତ୍ତି ନେଇଛି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍ରେ ବିରାଟ୍ ଖେଳିବେ ନାହିଁ ବୋଲି ବିସିସିଆଇ ଆଜି ଘୋଷଣା କରିଛି। ବିରାଟ୍ଙ୍କ ବଦଳରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ବିରାଟ୍ଙ୍କ ବଦଳ ଖେଳାଳି ଭାବେ ମଧ୍ୟ ବିସିସିଆଇ କାହାର ନାଁ ଘୋଷଣା କରିନାହିଁ।
ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ ଭାରତର ଅଧିନାୟକ ବିରାଟ୍ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଓ ୫ମ ଦିନିକିଆ ଖେଳିବେ ନାହିଁ। ସେହିପରି ଦିନିକିଆ ସିରିଜ୍ ପରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ୍ ମଧ୍ୟ ବିରାଟ୍ ଖେଳିବେ ନାହିଁ। ଆଗକୁ ଅଧିକ ମ୍ୟାଚ୍ ଓ ବିଶ୍ୱକପ୍ ଥିବାରୁ କୋହଲିଙ୍କୁ ଏବେ ବିଶ୍ରାମ ଦିଆଯାଉଛି। କୋହଲିଙ୍କ ବଦଳରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ।”

Share

Leave a Reply

Your email address will not be published. Required fields are marked *

three × three =