ଉଷା ପାଢ଼ୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ() ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

nineteen + sixteen =