Friday, October 30, 2026
Latestରାଜ୍ୟ

୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର()ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୯ , ୧୦ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୦ , ଯାଜପୁରରୁ ୧୦, ବାଲେଶ୍ୱରରୁ ୬ , ଖୋର୍ଦ୍ଧାରୁ ୭ , କଟକରୁ ୫, ପୁରୀରୁ ୪ , କେନ୍ଦ୍ରାପଡ଼ାରୁ ୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୧ , ଜଗତସିଂହପୁରରୁ ୨, ସୁନ୍ଦରଗଡ଼ରୁ ୬, ଗଜପତିରୁ ୧୬, ଦେଓଗଡ଼ରୁ ୪, ନୂଆପଡ଼ାରୁ ୧୨, କେଉଁଝରରୁ ୩, ମୟୁରଭଞ୍ଜରୁ ୬, ମାଲକାନଗିରିରୁ ୧,ଢେଙ୍କାନାଳରୁ ୧, ସମ୍ବଲପୁରରୁ ୧, ବରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + two =