ପ୍ରକୃତ ଅର୍ଥରେ ଦୀପାବଳି : ନିରାଶ୍ରୟ ଓ ନିଷ୍ପେସିତ ଶିଶୁଙ୍କ ମୁହଁରେ ହସ ଫୁଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସରଗଣ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପରିବର୍ତ୍ତନର ବାର୍ତ୍ତାରେ ଅନୁପ୍ରାଣିତ ହୋଇ ବରିଷ୍ଠ ଅଧିକାରୀମାନେ ସାଧାରଣ ଲୋକ ଓ ସମାଜର ଅବହେଳିତ ଶିଶୁଙ୍କ ସହ ଆଜି ବେଶ ଧୁମଧାମ ଓ ଆନନ୍ଦ ଉଲ୍ଲାସର ସହ ଦୀପାବଳି ପାଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର 5-ଟି କାର୍ଯ୍ୟକ୍ରମରେ ପରିବର୍ତ୍ତନର ବାର୍ତ୍ତା ଦେଇ ନିଜ ଅଫିସରମାନଙ୍କୁ ସାଧାରଣଲୋକଙ୍କ ସହ ଆଲୋକର ପର୍ବ ପାଳନ କରି ସେମାନଙ୍କ ସମସ୍ୟା ବୁଝି ପ୍ରକୃତ ବିକାଶକୁ ସୁନିଶ୍ଚିତ କରିବାକୁ କହିଥିଲେ ।

କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଅଫିସର ଓ ମନ୍ତ୍ରୀମାନଙ୍କୁ ନିଜ ଜିଲ୍ଲା ଗସ୍ତ ସମୟରେ ସ୍କୁଲ ଓ ଅନାଥଆଶ୍ରମକୁ ଯାଇ ସେମାନଙ୍କ ସହ ଭୋଜନ କରିବାକୁ କହିଥିଲେ । ଏହାଦ୍ବାରା ମନ୍ତ୍ରୀ ଓ ଅଫିସରମାନେ ତୃଣମୂଳ ସ୍ତରର ପ୍ରକୃତ ଚିତ୍ର ଜାଣିପାରିବା ସହ ସମ୍ପୃକ୍ତ ସ୍କୁଲ ଓ ଅନାଥାଶ୍ରମର ଉତ୍ତମ ପରିଚାଳନାରେ ସହାୟକ ହେବ ।

ଏହିକ୍ରମରେ ଜିଲାପାଳ ଓ ପୋଲିସ ଅଫିସରମାନେ ବିଭିନ୍ନ ଅନାଥାଶ୍ରମ ଓ ଭିନ୍ନକ୍ଷମ ସ୍କୁଲକୁ ଯାଇ ସେଠାରେ ଦୀପାବଳି ପାଳିଥିଲେ । ଏହି ଛୋଟ ଉଦ୍ୟମ ଦ୍ୱାରା ଦୀପାବଳିର ମଜାନେବାରୁ ବଂଚିତ ଏହି ଶିଶୁଙ୍କ ମୁହଁରେ ହସ ଫୁଟିଥିଲା ଆଉ ଆଜି ଏହି ଆଲୋକର ପର୍ବ ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଚେତନା ଅନୁଷ୍ଠାନରେ ଭିନ୍ନକ୍ଷମ ପିଲାଙ୍କ ସହ ଦୀପାବଳି ପାଲିଥିଲା ବେଳେ ପୋଲିସ ଡିଜି ବିଜୟ କୁମାର ଶର୍ମା ରିଜର୍ଭ ପୋଲିସ ଲାଇନରେ ପୋଲିସ କର୍ମଚାରୀଙ୍କ ପରିବାର ଓ ସେମାନଙ୍କ ପିଲାଙ୍କ ସହ ବାଣ ଫୁଟାଇଥିଲେ, ଦୀପ ଲଗାଇଥିଲେ ଓ ମିଠା ଖୁଆଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସମ୍ମାନ ଦେଇ ବହୁ ଅଫିସର ତୃଣମୂଳ ସ୍ତରରେ ଥିବା ସ୍କୁଲ ଓ ଅନ୍ୟାନ ଅନୁଷ୍ଠାନରେ ଦୀପାବଳି ପାଲିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ. ପାଣ୍ଡିଆନ, ଯିଏକି ପ୍ରକୃତରେ ତୃଣମୂଳ ସ୍ତର ଲୋକଙ୍କ ସହ ରହିବାରେ ବିଶ୍ବାସ କରନ୍ତି, ସେ ନିଜେ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯାଇ ସେଠାରେ କ୍ରୀଡା ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଲିଥିଲେ । ଆଜି ମଧ୍ୟାହ୍ନରେ ସେ ସେଠାକୁ ଯାଇ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପରିବାରରୁ ବର୍ଷ ବର୍ଷ ଧରି ଦୂରରେ ରହୁଥିବା ଏହି ପିଲାମାନେ ହୁଏତ ଏଥର ମଧ୍ୟ ଦୀପାବଳି ପାଳିନଥାନ୍ତେ କିମ୍ବା କେହି ତାଙ୍କୁ ମିଠା ଟିକେ ଦେଇନଥାନ୍ତେ । ପିଲାମାନେ ପାଣ୍ଡିଆନ ଓ କ୍ରୀଡା ନିର୍ଦେଶକଙ୍କୁ ଆଜି ଭଳି ଆନନ୍ଦର ପର୍ବରେ ନିଜ ଗହଣରେ ପାଇଁ ଉତ୍ଫୁଲ୍ଲିତ ହୋଇଯାଇଥିଲେ । ସେମାନେ 5-ଟି ସଚିବଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ।

ସେହିଭଳି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶ୍ରଦ୍ଧା ସଂଜୀବନି ଓ ଆମ୍ବପୁଆ ଠାରେ ଥିବା ଅନ୍ଧ ମୁକ ବଧିର ସ୍କୁଲକୁ ଯାଇଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଅରିଂଦମ ଡାକୁଆ ପାର୍ବର୍ତୀ ଗିରି ବାଳାଶ୍ରମକୁ ଯାଇ ସେଠାରେ ପିଲାଙ୍କ ସହ ଦିନଟିଏ ବିତାଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ନିରାଶ୍ରୟ ଗୃହକୁ ଯାଇ ଦୀପାବଳି ପାଲିଥିଲେ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଉତ୍କଳ ବାଶ୍ରମକୁ ଯାଇ ଦୀପାବଲି ମାନେଇଥିଲେ । କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି., କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ସୋନପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ମଧ୍ୟ ନିରାଶ୍ରୟ, ବାଳାଶ୍ରମ ଓ ଶିଶୁଙ୍କ ସହ ଦୀପାବଳି ପାଲିଥିଲେ ।

Share

Leave a Reply

Your email address will not be published. Required fields are marked *

1 × four =