ପୁଣି ଦିଲ୍ଲୀରେ ଆପ ସରକାର

ନୂଆଦିଲ୍ଲୀ() ଦିଲ୍ଲୀରେ ଶେଷ ହେଲା ମତଦାନ । ଜନତା ସେମାନଙ୍କ ନେତା ବାଛିସାରିଛନ୍ତି । ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି ।

ତେବେ ପୁଣି କେଜ୍ରିଓ୍ୱାଲ ସରକାର ଗଠନ କରିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି ।ଆସିଥିବା ଏଗଜିଟ୍ ପୋଲରେ ବିଭିନ୍ନ ସଂସ୍ଥା ନିଜ ନିଜ ବୁଥ୍ ବାହୁଡା ମତରେ ଆମ୍ ଆଦମୀ ପାର୍ଟିକୁ ଆଗରେ ରଖିଛନ୍ତି ।

ଟାଇମସ୍ ନାଓ ଓ ଆଇପିଏସ୍ଓ ଅନୁସାରେ: ଆପ୍ -୪୪ ବିଜେପି ୨୬ ଓ କଂଗ୍ରେସ ଓ ଅନ୍ୟମାନେ ୦ ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରାଯାଇଛି ।

ସେହିପରି ରିପବ୍ଲିକ ଓ ଜନକି ବାତ ଅନୁସାରେ : ଆପ୍ – ୪୮-୬୧ , ବିଜେପି ୦୯-୨୧, କଂଗ୍ରେସ ୦୦-୦୧, ଅନ୍ୟମାନେ -୦୦ ।

ନେତା ଓ ନ୍ୟୁଜ ଏକ୍ସ ଅନୁସାରେ : ଆପ୍ ୫୩-୫୭ ସ ବିଜେପି ୧୧-୧୭ , କଂଗ୍ରେସ ୦୦-୦୨ ।

Share

Leave a Reply

Your email address will not be published. Required fields are marked *

three × five =