ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି

ଭୁବନେଶ୍ୱର() ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି କରିବେ ରାଜ୍ୟ ସରକାର । ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନ ଦେଇଛି। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ।

ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର ଦୈନିକ ୫ ହଜାର, ମେଡିକାଲ ଅଫିସର ୩ ହଜାର, ଷ୍ଟାଫନର୍ସ, ଲ୍ୟାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡିଓଗ୍ରାଫର ପାଇଁ ଦୈନିକ ୧୦୦୦ ଟଙ୍କା ଏବଂ ଉଭୟ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ ଦୈନିକ ୮୫୦ ଟଙ୍କା ପାରିତୋଷିକ ପ୍ରଦାନ କରାଯିବ। ଅବସରପ୍ରାପ୍ତ କର୍ମଚାରୀ ବି ପାରାମେଡିକାଲଷ୍ଟାଫ ହେବା ପାଇଁ ଆବେଦନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନରେ ପ୍ରକାଶ କରିଛି।

ଅନ୍ୟପକ୍ଷରେ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଆଗୁଆ ୪ ମାସର ପ୍ରଦାନ ଦେବାକୁ ଘୋଷଣା କରିଛନ୍ତି। ଏପରିକି ସେବା ଓ ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ମେଡିକାଲ୍ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

sixteen − thirteen =