ବିଜେଡି ବିଭାଜନ ପାଇଁ ହୋଟେଲରେ ଲୁଚିଥିଲେ ସୁଶାନ୍ତ

ଭୁବନେଶ୍ବର (): ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟରେ ବିରୋଧୀଙ୍କ ପରେ ଏବେ ନିଜ ଦଳ ମଧ୍ୟରୁ ସମାଲୋଚନାର ସ୍ବର ବାହାରିବାରେ ଲାଗିଛି । ସରକାରଙ୍କୁ ଅଡ଼ୁଆ ପକାଇଥିବା ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ସୁଶାନ୍ତଙ୍କୁ ଦାମ କଡା ସମାଲୋଚନା କରିବା ସହିତ ଆଂଚଳିକବାଦ କଥା କହି ସୁଶାନ୍ତ ରାଜ୍ୟକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ନାମ ବଦଲାଇ ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବନ୍ଦେ ଓଡିଶା କରିବାକୁ ସୁଶାନ୍ତ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦାମୋଦର ରାଉତ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ସହିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ସାଧାରଣ ଜ୍ଞାନ ନଥାଇ ମନ୍ତ୍ରୀମାନେ ବକ୍ତବ୍ୟ ଦେଉଛନ୍ତି ଓ ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନ ସମ୍ମତ ହେବା ଉଚିତ ବୋଲି ଦାମ ମତ ବ୍ୟକ୍ତ କରିଛନ୍ତି ।

ସେହିପରି ସୁଶାନ୍ତଙ୍କ ସହ ତାଙ୍କର ଭଲ ଚିହ୍ନା ନାହିଁ । ନବୀନଙ୍କୁ ହଟାଇବା ପାଇଁ ସେ ସ୍ବସ୍ତି ହୋଟେଲରେ ଲୁଚିଥିଲେ  । ମୁଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିବାରୁ ସେ ତାଙ୍କୁ ବାହାର କରିଥିଲେ । ସୁଶାନ୍ତଙ୍କର ରାଜନୀତି କ୍ଷେତ୍ରରେ ଦଖଲ ନାହିଁ । ନବୀନଙ୍କ ହାୱାରେ ସେ ଜିତିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − five =