ଉତ୍ତର ବିଧାୟକଙ୍କ ମହାନତା

ଭୁବନେଶ୍ବର() ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ-୨ ଶିଖର ଚଣ୍ଡୀ ନଗରରେ ଗତକାଲି ରାତିରେ ଜଣଙ୍କ ଘରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବହୁତ ଧନ ସମ୍ପତ୍ତି ପୋଡି ଯାଇଥିଲା । ଖବର ପାଇ ଉତ୍ତରର ବିଧାୟକ ଶୁସାନ୍ତ କୁମାର ରାଉତ ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରଙ୍କ ତରଫରୁ କିଛି ସହଯୋଗ କରିବାପାଇଁ ପ୍ରତିଶ୍ରୃତି ଦେଇଥିଲେ ।

ଏହିସହ ଗ୍ୟାସ ଟାଙ୍କି ଟିକୁ ଖାତିରି ନକରି ସେଠାକାର ଜଣେ ସାହାସୀ ବାଳକ ଗ୍ୟାସ ଟାଙ୍କିଟିକୁ ଓଦା କପଡା ଘୋରାଇ ଟାଙ୍କିକୁ ବାହାରକୁ ଆଣିଥିବାରୁ ତାର ସାହାସୀକତା ପାଇଁ ବିଧାୟକ ସେହି ପିଲାଟିକୁ ଧନ୍ୟବାଦ ଦେବା ସହିତ ପୁରସ୍କୃତ କରିଥିଲେ । ବିଧାୟକଙ୍କ ଏହି ଭଳି ପଦକ୍ଷେପକୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 14 =