ବିଜେପିର ନୂଆ ସୌଜନ୍ୟକୁ ନେଇ ଭୃକୁଞ୍ଚନ

ଭୁବନେଶ୍ବର () ୱାଇଏସଆର କଂଗ୍ରେସକୁ ବିଜେପି ଲୋକସଭାରେ ଉପବାଚସ୍ପତି ପଦ ଅପର କରିଛି । ବିଜେପିର ଏହି ରାଜନୈତିକ ଚାଲକୁ ନେଇ ରାଜନୈତିକ ମହଲରେ ଭୃକୁଞ୍ଚନ ସୃଷ୍ଟି ହୋଇଛି ଏବଂ ଏନେଇ ବିତର୍କ ଆରମ୍ଭ ହୋଇଯାଇଛି । କେବଳ ବିରୋଧୀ ଦଳ ନୁହେଁ, ଏନଡିଏ ମେଣ୍ଟଭୁକ୍ତ ଦଳଗୁଡିକ ମଧ୍ୟ ଏହି ନୂଆ ସମୀକରଣ ଉପରେ ନଜର ରଖିଛନ୍ତି ।

ଆନ୍ଧ୍ରପ୍ରଦେଶରେ ଟିଡିପି, କଂଗ୍ରେସ ଓ ବିଜେପି ବିରୋଧରେ ଲଢେଇ କରି ବିଶାଳ ସଫଳତା ପାଇବା ପରେ ଏବେ ଏନଡିଏରେ ଏକ ମହତ୍ବପୂର୍ଣ୍ଣ ଦଳ ଦେବାକୁ ଯାଉଛି । ଜେଡିୟୁ ଠାର ଆଶା ହରେଇବା ପରେ ଏନଡିଏର ଶୀର୍ଷ ନେତାମାନେ ଜଗନ ମୋହନ ରେଡ୍ଡିଙ୍କୁ ନିଜ ଟିମରେ ସାମିଲ କରିବାକୁ ଅଣ୍ଟାଭିଡିଛନ୍ତି । ବିଜେପିର ଏହି ନୂଆ ସୌଜନ୍ୟକୁ ରାଜନୈତିକ ସମୀକ୍ଷକ ସୁବିଧାବାଦୀ ରାଜନୀତି ବୋଲି କହିଛନ୍ତି ।

175 ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ୱାଇଏସଆର କଂଗ୍ରେସ 151ଟି ଦଖଲ କରିଥିଲା ବେଳେ 25ରୁ 22ଟି ଲୋକସଭା ଆସନରୁ ଜିତିଛି । ଆନ୍ଧ୍ରରେ ମିଳିଥିବା ଏହି ସଫଳତା ପରେ ଜାତୀୟ ରାଜନୀତିରେ ୱାଇଏସଆର କଂଗ୍ରେସ ଏକ ବଳିଷ୍ଠ ଦଳ ଭାବେ ଉଭା ହୋଇଛି । ସେପଟେ ଜେଡିୟୁ ଲୋକସଭାରେ 16ଟି ସାଂସଦଙ୍କ ଶକ୍ତି ରଖୁଥିବାବେଳେ ନିକଟରେ ନିତିଶ କୁମାର ଖୋଲାଖୋଲି ଘୋଷଣା କରିଛନ୍ତି ଯେ, ବିହାରକୁ ଛାଡିଦେଲେ ଏନଡିଏରେ ଜେଡିୟୁ ରହିବ ନାହିଁ ବୋଲି କହିସାରିଛନ୍ତି । ଆସନ୍ତା ନିର୍ବାଚନରେ ଜେଡିୟୁ ଜାମ୍ମୁକାଶ୍ମୀର, ଝାରଖଣ୍ଡ, ହରିଆନା ଓ ଦିଲ୍ଲୀରେ ନିର୍ବାଚନ ଲଢିବ ବୋଲି ମଧ୍ୟ ଘୋଷଣା କରିଛି । ସେହିଭଳି ଏନଡିଏର ଅନ୍ୟତମ ବଡ ଦଳ ଶିବସେନା ମଧ୍ୟ ସଂସଦର ଉପବାଚସ୍ପତି ପଦ ପାଇଁ ଦାବି କରିଛି ।

ଏଥର ନିର୍ବାଚନରେ ଏନଡିଏ ଲୋକସଭାରେ ବଡ ସଫଳତା ପାଇଥିଲେ ମଧ୍ୟ ରାଜ୍ୟସଭାରେ ଏପର୍ଯ୍ୟନ୍ତ ସଂଖ୍ୟାଗରିଷ୍ଠା ହାସଲ କରିପାରିନି । ଆସନ୍ତା ବର୍ଷ ସୁଦ୍ଧା ବିଜେପି ରାଜ୍ୟସଭାରେ ଏକାକି 83ଟି ଆସନ ଦଖଲ କରିପାରେ । ବର୍ତ୍ତମାନ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା 73 ରହିଛି । ସେହିଭଳି ଏନଡିଏର ଆସନ ସଂଖ୍ୟା 107କୁ ବୃଦ୍ଧି ପାଇପାରେ । ତଥାପି ମଧ୍ୟ 243 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିପାରୁନି ଏନଡିଏ । ତେଣୁ ଏବେ ବିଜେପିର ଫୋକସରେ ରହିଛନ୍ତି ଆଞ୍ଚଳିକ ଦଳଗୁଡିକ । ଏହିସବୁ ଆଞ୍ଚଳିକ ଦଳର ସମର୍ଥନ ମିଳିଲେ ହିଁ ବିଜେପି ରାଜ୍ୟସଭାରେ କେତେକ ଗୁରୁତ୍ବପୂର୍ଣ୍ଣ ଓ ବିବାଦୀୟ ବିଲକୁ ପାସ କରାଇପାରିବ ।

ଦଳ କେଉଁ ଦିଗରେ ଗତି କରୁଛି ତାହା ଉପବାଚସ୍ପତି ଚୟନରୁ ସ୍ପଷ୍ଟ ହେବ । ଯଦି ୱାଇଏସଆର କଂଗ୍ରେସ ବିଜେପି ଅଫରକୁ ଗ୍ରହଣ ନକରନ୍ତି ତେବେ ଛୋଟ ଛୋଟ ଆଞ୍ଚଳିକ ଦଳଗୁଡିକୁ ସାଙ୍ଗରେ ନେବାକୁ ବିଜେପିର ଉଦ୍ୟମ ଫେଲ ମାରୁଛି ବୋଲି କହୁଯାଇପାରିବ । ତେବେ ବିଜେପିର ରାଡାରରେ ଆହୁରି ଅନେକ ଛୋଟ ଛୋଟ ଦଳ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 5 =