ଅପରାଜିତାଙ୍କ ଯୋଗଦାନରେ କେଁ ପୁରାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର () ଅପରାଜିତା ଷଢଙ୍ଗୀ ବିଜେପିରେ ଯୋଗନଦେଉଣୁ ତାଙ୍କ ବିରୋଧରେ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଥିଲେ ଚକ୍ରାନ୍ତ । ଏକଥା ଅନ୍ୟ କେହି ନଜାଣିଲେ ବି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ନିଜେ ଅପରାଜିତା କିନ୍ତୁ ଜାଣିଛନ୍ତି ।

ଅପରାଜିତା 27ରେ ବିଜେପି କାର୍ଯ୍ୟାଳୟରେ ପୂର୍ବାହ୍ନ 8ଟା 30 ରୁ 10ଟା 30 ମଧ୍ୟରେ ଅମିତ ଶାହାଙ୍କ ଉପସ୍ଥିତିରେ ଯୋଗଦେବେ । କିନ୍ତୁ ଚର୍ଚ୍ଚା ହେଉଛି ଏଥିରେ ଧର୍ମେନ୍ଦ୍ର କେଁ ପୁରାଇଦେଲେ । ଦଳର ଜାତୀୟ କାର୍ଯ୍ୟାଳୟରେ ମିଶ୍ରଣ ହୋଇଥିଲେ ଅପରାଜିତା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାନ୍ତେ । ଯେଉଁଥି ପାଇଁ ଜାଣିଶୁଣି ଧର୍ମେନ୍ଦ୍ର ଅମିତ ଶାହାଙ୍କ ଘରେ ମିଶ୍ରଣ କରାଇଦେଲେ। ଏକଥା ଅପରାଜିତା ବି ଠଉରାଇ ପ୍ରଶ୍ନ କରିଥିଲେ । କିନ୍ତୁ ଆରମ୍ଭରୁ ପଙ୍ଗା ନନେବାକୁ ସେ ନିରବ ରହିଥିବା ଶୁଣିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

two × 5 =