ସୁମିତ ଓ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁମିତ ନେଇଥିବା ଭଡ଼ା ଘରକୁ ଯାଇ ଉଭୟେ ଏକ ଭିଡିଓ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ମୁତାବକ, ଭିଡିଓରେ ଘରଟି ବାସୋପଯୋଗୀ କି ନୁହେଁ, ତାହା କୋର୍ଟକୁ ଜଣାପଇବେ ପତି-ପତ୍ନୀ । ସୁମିତ ସରକାରୀ କ୍ୱାର୍ଟର୍ସ ପାଇଛନ୍ତି କି ନାହିଁ, ତାହା ସତ୍ୟପାଠରେ ଜଣାଇବାକୁ କୁହାଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଯୋଗ୍ୟ, ତପସ୍ୱିନୀ ସୁମିତଙ୍କୁ ନିଜ ସ୍ୱାମୀ ବୋଲି କହିବା ସହ ଘରେ ବୋହୂ ରୂପେ ସ୍ୱୀକାର କରିବାକୁ ଦାବି କରି ସୁମିତଙ୍କ ବ୍ରହ୍ମାନଗର ବାସ ଭବନ ସାମ୍ନାରେ ଧାରଣାରେ ବସିଥିଲେ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ରହିବା ସହ ମାସକୁ ଭରଣପୋଷଣ ଟଙ୍କା ଦେବା ପାଇଁ କହିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 5 =