ଅହିଂସା ସବୁ ସମସ୍ୟାର ସମାଧାନ : ନବୀନ

ଭୁବନେଶ୍ବର () ଆଜି ସାରା ବିଶ୍ବ ମହାତ୍ମା ଗାନ୍ଧୀଙ୍କର 150 ତମ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେ କହିଛନ୍ତି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆମର ପୂଜ୍ୟ ସଂଗ୍ରାମୀମାନଙ୍କୁ ଭେଟିବାର ସୁଯୋଗ ମିଳିଛି । ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ମୁଁ ଦାବୀ କରିଆସିଛି । ଏହି ଦାବୀକୁ ସମର୍ଥନ କରି ଆପଣମାନେ ଏକ ସଫଳ ଦସ୍ତଖତ ଅଭିଯାନ କରିଛନ୍ତି । ଲୋକଙ୍କୁ ସେତନ କରିଛନ୍ତି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଗାନ୍ଧୀ ଓ ଜାତୀୟ ସଂହତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଗାନ୍ଧୀ ବିଚାରର ଆବଶ୍ୟକତା ଥିଲା, ରହିଛି ଏବଂ ରହିବ । ଅହିଂସାକୁ ଆମେ ସମସ୍ତେ ଯଦି ଆମ ଜୀବନରେ ପାଳନ କରିବା, ତେବେ ବର୍ତ୍ତମାନର ବହୁ ସମସ୍ୟା ଦୂର ହୋଇଯିବ ବୋଲି ସେ କହିଥିଲେ ।

ବାପୁଜୀ ଜଣେ ରାଜନୈତିକ ବ୍ୟକ୍ତି ନଥିଲେ । ସେ ଥିଲେ ଜଣେ ମହାନ ଯୋଗୀ ଏବଂ ସମାଜ ସଂସ୍କାରକ । ତାଙ୍କର ସମ୍ନୋହନ କରିବା ଭଳି ବ୍ୟକ୍ତିରେ ସେ ସାରା ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ସେ ପ୍ରକୃତରେ ଜାତୀ, ଧର୍ମ, ବର୍ଣ୍ଣ, ଭାଷା, ଆଞ୍ଚଳିକ ଓ ଜାତୀୟ ଏକତାର ପ୍ରତୀକ ଥିଲେ ।

କେବଳ ଭାରତର ସ୍ବାଧିନତା ନୁହେଁ, ଏକ ସୁସ୍ଥ ସମାଜ ଓ ସଶକ୍ତ ଭାରତ ତାଙ୍କର ଲକ୍ଷ୍ୟ ଥିଲା । ଦାରିଦ୍ର୍ୟ, ହିଂସା, ଅନ୍ୟାୟ ଓ ଅସମାନତାରୁ ଭାରତକୁ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ଥିଲା । ମହାତ୍ମାଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ମିଳିମିଶି କାମ କଲେ ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Share

Leave a Reply

Your email address will not be published. Required fields are marked *

15 − four =