ମୋବାଇଲ ପାଇଁ ଜୀବନ ଗଲା

ମୋବାଇଲ ପାଇଁ ଭାଉ-ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଚାଲିଗଲା ଭାଇର ଜୀବନ । ଦିଲ୍ଲୀର ଦ୍ୱାରକାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୋବାଇଲକୁ ନେଇ ବିନ୍ଦାପୁର ଅନ୍ତର୍ଗତ ମାଟିଆଲା ଅଞ୍ଚଳରେ ଗୁଲସନ ସେହରାଓ୍ଵାତ୍ ନାମକ ଜଣେ ୧୭ ବର୍ଷିୟ କିଶୋର ଦେଶୀ ପିସ୍ତଲରେ ନିଜକୁ ଗୁଳିମାରି ଜୀବନ ହାରିଛନ୍ତି । ଘଟଣାସ୍ଥଳରୁ ବ୍ୟବହୃତ ପିସ୍ତଲଟିକୁ ଜବତ କରିଛି ପୋଲିସ୍ ।
ସାମାନ୍ୟ ଗୋଟିଏ ମୋବାଇଲ ପାଇଁ ଚାଲିଗଲା ଜୀବନ । ମୋବାଇଲ ପାଇଁ ଝଗଡ଼ା ଭାଇଭଉଣୀଙ୍କ ପାଇଁ କାଳ ସାଜିଲା । ଡାକ୍ତରଙ୍କ କହିବାନୁସାରେ, ଡାକ୍ତରଖାନାକୁ ଅଣାଯିବା ବେଳେ ଗୁଲସନଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଡାକ୍ତରଖାନା ପହଞ୍ଚିଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା । ଗୁଳି ଜନିତ କ୍ଷତ କଳା ଦେଖାଯାଉଥିବାରୁ ଗୁଳି ଅତି ନିକଟରୁ ବାଜିଥିବା ଜଣାପଡୁଛି । ତା’ର ପକେଟ ଯାଞ୍ଚ କରାଯିବା ପରେ ସେଥିରୁ ୪ଟି .୭୬୫ ଏମ୍ଏମର ଗୁଳି ମିଳିଛି ବୋଲି ପୁଲିସ କହିଛି ।

Share

Leave a Reply

Your email address will not be published. Required fields are marked *

two × two =