ଦେଶରେ ଅସୁରକ୍ଷିତ ମହାବଳ

୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ ଜଣାପଡ଼ିଛି। ମାତ୍ର ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍‌ ଇଣ୍ଡିଆ(ଡବ୍ଲୁପିଏସ୍‌ଆଇ)ର ତଥ୍ୟ ଅଲଗା କହୁଛି। ୫୪ ଦିନରେ ୩୬ଟି ମହାବଳ ଓ ୯୯ଟି କଲରାପତରିଆଙ୍କର ମୃତ୍ୟୁ ହୋଇସାରିଛି। ଯଦି ଏହି ହାରରେ ବାଘ ମୃତ୍ୟୁ ଜାରି ରହେ; ତେବେ ବର୍ଷ ଶେଷ ବେଳକୁ ଦେଶରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ। ସରକାରୀ ଭାବେ ବାଘଙ୍କ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଉଛି, ବେସରକାରୀ ଭା‌ବେ ଏହା ଢେର୍‌ ଅଧିକ। ଗୋଟିଏ ପଟେ ୨୦୧୮ ବାଘ ଗଣନା ରିପୋର୍ଟ ଆଧାରରେ ସଂଖ୍ୟା ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ୫ବର୍ଷ ମଧ୍ୟରେ ୫୦୦ରୁ ଅଧିକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × three =