କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ବଜେଡି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ ଟଙ୍କା ବଢ଼ିଛି ଗ୍ୟାସ୍ ଦର । ଖାଲି ଗ୍ୟାସ୍ ନୁହେଁ ପେଟ୍ରୋଲ ଓ ଡିଜେଲ୍ ଦର ସବୁଦିନ ବଢ଼ି ବଢ଼ି ଚାଲିଛି ।

୨୦୧୯ରେ ଦ୍ୱିତୀୟ ଥର ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ୨ ବର୍ଷ ଭିତରେ ତୈଳଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କେବଳ ଇନ୍ଧନ ଦର ନୁହେଁ, ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ି ସବୁଦର ବଢ଼ିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୪୦ରୁ ଶହେ ପ୍ରତିଶତ ବଢ଼ିଛି ।

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ୍ ଭାବରେ ହେଉନି । ବିଜେପି ବିକାଶ କଥା କହୁଛି, ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି । ଲୋକେ ଡାଲି ଟିକିଏ, ତେଲ ଟିକିଏ ପାଉନାହିଁ ଖାଇବା ପାଇଁ । ଲୋକଙ୍କ ପେଟକୁ ଯଦି ଦାନା ନାହିଁ ତାହେଲେ ବିକାଶ କେମିତି ହେଉଛି ? ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ବିଭିନ୍ନ କାର୍ୟ୍ୟକ୍ରମ ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାୟୀ ନାୟକ କହିଛନ୍ତି ।

ଆସନ୍ତାକାଲି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ପ୍ରତାପ ଦେବ ।

Share

Leave a Reply

Your email address will not be published. Required fields are marked *

19 − 10 =