Friday, October 30, 2026
ରାଜ୍ୟ

ଯୁବପିଢିଙ୍କ ପାଇଁ ‘ସ୍କିଲ ଫର ଲାଇଫ- ସେଭ ଲାଇଫ’ ପ୍ରଶିକ୍ଷଣ

ନୂଆଦିଲ୍ଲୀ/ଭୁବନେଶ୍ବର (): ସ୍କିଲ ଫର ଲାଇଫ- ସେଭ ଲାଇଫ ନାମରେ ଦେଶର ୧୪ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ବାସ୍ଥ୍ୟ ସେବାର ୧୦ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦକ୍ଷତା ବିକାଶ କରି ସେମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ପାଇଁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ସଂଯୋଜନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଇନ୍ଦିରା ଗାନ୍ଧୀ ଓପନ ୟୁନିଭର୍ସିଟି(ଇଗନୋ) ମଧ୍ୟରେ ସୋମବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ସେବାର ୧୦ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ସହ ମିଳିତ ଭାବେ ପ୍ରଶିକ୍ଷଣ ଓ ପାଠ୍ୟକ୍ରମ ପ୍ରସ୍ତୁତ କରିଛି । କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଇଗନୋକୁ ଏହି ସୀମିତ ଅବଧି ପାଠ୍ୟକ୍ରମ ପାଇଁ ସହାୟତା ଯୋଗାଇ ଦେବ । ଦେଶର ଜିଲ୍ଲା ଓ ଗାଁସ୍ତର ପର୍ଯ୍ୟନ୍ତ ମାନବ ସମ୍ବଳକୁ ପ୍ରଶିକ୍ଷିତ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସ୍ଥିରିକୃତ ମାନକ ଅନୁସାରେ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷିତ କରାଯିବ ।

ଇଗନୋର ଦେଶ ତମାମ ଥିବା ବିଶାଳ ନେଟୱାର୍କରେ ଏଥିପାଇଁ ଆବଶ୍ୟକୀୟ ଭିତିଭୂମୀ ଓ ଶିକ୍ଷାଦାନର ସୁବିଧାକୁ ତ୍ବରାନ୍ବିତ କରିବା ପାଇଁ ଏହି ବୁଝାବଣା ପତ୍ରରେ ସ୍ଥିର କରାଯାଇଛି । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ କାରଣରୁ ଦେଶରେ ଯୁବ ପୀଢିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ତ୍ବାରାନ୍ବିତ କରାଯାଇ ପାରୁଛି । ଆୟୁଷ୍ମାନ ଭାରତ ଯୋଜନାର ସଫଳତା ବିଶାଳ ପ୍ରଶିକ୍ଷିତ ସ୍ବାସ୍ଥ୍ୟ ସେବାର ମାନବ ସମ୍ବଳ ବିନା ସଫଳ ହୋଇ ପାରିବ ନାହିଁ । ୧୦ଟି ସ୍ଥିରିକୃତ ପ୍ରଶିକ୍ଷଣ ବ୍ୟବସ୍ଥା ଅନେକ ପ୍ରାକ୍ଟିକାଲ ପ୍ରଶିକ୍ଷଣ ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କର ମାନବିକ ସମ୍ବେନଦନଶୀଳତା ଅତ୍ୟନ୍ତ ଜରୁରୀ । ଏଥିରେ ପ୍ରଶିକ୍ଷିତ ପ୍ରାର୍ଥୀମାନଙ୍କୁ ରଷ୍ଟ୍ରୀୟ ଦକ୍ଷତା ବିକାଶ ଫ୍ରେମୱାର୍କର ସାର୍ଟିଫିକେଟ୍ ସହ ସଂଯୁକ୍ତ କରାଯିବ ।

ଏହି ସ୍ବଳ୍ପକାଳୀନ ସ୍ବାସ୍ଥ୍ୟ ସେବାର ପାଠ୍ୟକ୍ରମଗୁଡିକ ମଧ୍ୟରେ ସ୍ବାସ୍ଥ୍ୟ ସହାୟକ, ବୟସ୍କ ଲୋକଙ୍କ ଯତ୍ନ, ଘରେ ସ୍ବାସ୍ଥ୍ୟ ସହାୟକ, ଡାଇବେଟିସ ପ୍ରଶିକ୍ଷକ, ଡାଇଲିସିସ ସହାୟକ, ଚକ୍ଷୁ ଚିକିତ୍ସା ସହାୟକ, ଡାକ୍ତରୀ ସରଞ୍ଜାମ ସହାୟକ ତଥା ସ୍ବାସ୍ଥ୍ୟ ପରିମଳ ଇନ୍ସପେକ୍ଟର ଭଳି ଶିକ୍ଷା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen + 6 =