Friday, October 30, 2026
Latestରାଜ୍ୟ

ଆନ୍ତର୍ଜାତିକ ମହିଳା ଦିବସ: ସୋଆରେ ସ୍ୱତନ୍ତ୍ର ଉତ୍ସବ ପାଳିତ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା ଉପାସନା ନାୟକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ ‘ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ’ ଶୀର୍ଷକରେ ଶ୍ରୀମତୀ ଦାସ କହିଲେ, ନାରୀ ବର୍ତ୍ତମାନ ଆଉ ଅବଳା ଦୁର୍ବଳା ନୁହେଁ । ତେବେ ନାରୀ ପୁରୁଷ ମଧ୍ୟରେ ସମାନତା ଆଣିବା ଓ ନାରୀକୁ ସମ୍ମାନ ଦେବା ସମ୍ପର୍କରେ ପରିବାରରେ ପିଲାଙ୍କୁ ଶିକ୍ଷା ଦେବା ଜରୁରୀ ।

ପ୍ରତିଷ୍ଠାତା ସଦସ୍ୟା ଉପାସନା ନାୟକ କହିଲେ, ନାରୀମାନେ ପରସ୍ପରକୁ ସମ୍ମାନ ଦେବା ଦରକାର । ନାରୀଟିଏ ଗୃହିଣୀ ହେଉ ବା କର୍ମଜୀବୀ ଏହା ତାଙ୍କର ନିଜସ୍ୱ ଆଗ୍ରହ । ତେଣୁ ଏଭଳି କ୍ଷେତ୍ରରେ କେହି କାହାର ଜୀବନଶୈଳୀକୁ ଆକ୍ଷେପ କିମ୍ବା ଅସମ୍ମାନ କରିବା ଉଚିତ ନୁହେଁ । କାର୍ଯ୍ୟକ୍ରମରେ ମହିଳା ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କେକ୍‌ କାଟି ଉତ୍ସବକୁ ପାଳନ କରାଯାଇଥିଲା । ଏହି ଅବସରରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍‌ ଡିନ୍‌ ପ୍ରଫେସର ନିତା ମହାନ୍ତି, ସୋଆ ‘ପ୍ରାଚୀନ’ର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା, ପ୍ରଫେସର ମୀରା ଦାସ, ପ୍ରଫେସର ସଂଘମିତ୍ରା ନାୟକ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ତୃପ୍ତି ସ୍ୱର୍ଣ୍ଣକାର, ପ୍ରଫେସର ସ୍ୱୟଂପ୍ରଭା ଦାଶ, ପ୍ରଫେସର ସୁଜାତା ମିଶ୍ର, ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ଜଏଣ୍ଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ଦାସ, ପ୍ରଫେସର ସ୍ମିତା ମହାପାତ୍ର, ପ୍ରଫେସର ଅନିତା ପଣ୍ଡା ଓ ସୋଆ କମ୍ୟୁନିଟି ରେଡ଼ିଓ ର ଇନଚାର୍ଜ ହନି ପଟ୍ଟନାୟକଙ୍କ ସମେତ ସୋଆର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ମହିଳା କର୍ମକର୍ତ୍ତା ଏବଂ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ମହିଳା ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + 2 =