Friday, October 30, 2026
ରାଜନୀତିରାଜ୍ୟ

ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ () ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଗତକାଲି ସମ୍ବିତ ପ୍ରଶାସନର ବିନା ଅନୁମତିରେ ପୁରୀରେ ନିର୍ବାଚନ ରାଲି କରିଥିଲେ । ଏହି ରାଲି ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ସମ୍ବିତଙ୍କ ଶହ ଶହ ସମର୍ଥକ ବାଇକରେ ରାଲି କରିଥିଲେ ।

ସଂଯୋଗବଶତଃ ଗତକାଲି କଂଗ୍ରେସର ଏକ ପ୍ରତିନିଧି ଦଳ ସମ୍ବିତ ନିର୍ବାଚନ ରୋଡ଼ ସୋରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ହାତରେ ଧରି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏଥିସହ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ରୋଡ଼ ସୋରେ ଯାଉଥିବା ସମୟରେ ସମ୍ବିତ ଚପଲ ପିନ୍ଧିଥିବାର ମଧ୍ୟ ଅଭିଯୋଗ ହୋଇଛି । ସ୍ଲିପର ପିନ୍ଧି ଶ୍ରୀଜଗନ୍ନାଥଙ୍କ ଧରି ରୋଡ଼ ସୋ କରି ସେ ହିନ୍ଦୁ ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି । ଏନେଇ ପୁରୀ ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 − 2 =