ଯେଉଁ କବିତା ଦୁର୍ବୋଧ୍ୟ ଓ ଯାହା ବୁଝି ହୁଏନି ତାକୁ ପ୍ରଶଂସା ମିଳୁଛି, ଏହା ଉଚିତ ନୁହେଁ

ଭୁବନେଶ୍ୱର() କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି
ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍ୟାପନୀ ସନ୍ଧ୍ୟାରେ ଏଭଳି ମତ ରଖିଛନ୍ତି ଡଃ ରଥ ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସୋଆ ସାହିତ୍ୟ ଉତ୍ସବର ଉଦ୍ୟାପନୀ ସନ୍ଧ୍ୟାରେ ଯୋଗ ଦେଇ ଡଃ ରଥ କହିଥିଲେ ଯେ ଯେଉଁ କବିତା ଦୁର୍ବୋଧ୍ୟ ଓ ଯାହା ବୁଝି ହୁଏନି ତାକୁ ଭଲ କବିତା ଭାବେ ପ୍ରଶଂସା ମିଳୁଛି ଏହା ଠିକ୍ ନୁହେଁ ।

ଏହି ପ୍ରଖ୍ୟାତ କବି କହିଥିଲେ ଯେ କବିଟିଏ କବିତା ଲେଖିଲା ବେଳେ ଏହା ଯେପରି ସମସ୍ତେ ବୁଝିପାରିବେ ସେ
ବିଷୟରେ ଲକ୍ଷ୍ୟ ରଖିବା ଦରକାର । ନଚେତ କବିତା ଅର୍ଥହୀନ ହୋଇପଡ଼ିବ ।ଏହି ଉତ୍ସବରେ ଡଃ ରଥଙ୍କ ସହିତ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ରଥୀ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ଡଃ ସିତାକାନ୍ତ ମହାପାତ୍ର ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ସୋଆ କୁଳପତି ପ୍ରଫେସର ଆର୍. କେ. ଚୋ÷ହାନ ଉଦ୍ୟାପନୀ କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ବିଶିଷ୍ଟ ଗୁଜୁରାଟି କବି ସିତାଂଶୁ ୟଶଶ୍ଚନ୍ଦ୍ର ଶନିବାର ଆୟୋଜିତ ଉଦ୍ଘାଟନୀ କାର୍ୟ୍ୟକ୍ରମରେ ନିଜର ଅଭିଭାଷଣ
ରଖିଥିବାବେଳେ ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ ।

“ଆମ ଚତୁର୍ଦ୍ଧିଗର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହି ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି । ତେବେ ଆମ ସମୟର ସମସ୍ୟା ଓ ଆମ ସାହିତି୍ୟକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷିତ ହେବା ଆବଶ୍ୟକ” ବୋଲି ସେ କହିଥିଲେ ।

ଡଃ ୟଶଶ୍ଚନ୍ଦ୍ର କହିଲେ ଯାହା ଆକର୍ଷିତ କରୁଛି ତାହା ବିଶ୍ୱାସଯୋଗ୍ୟ ବୋଲି ପ୍ରତିପାଦିତ କରାଯାଉଛି ଯଦିଓ ଯାହାକୁ ଚମକ୍ରାର’ ଓ ‘ଚିତାକର୍ଷକ’ ବୋଲି କୁହାଯାଉଛି ତାହା ‘ଯୁକ୍ତିଯୁକ୍ତ’ ଓ ‘ଗୁରୁତ୍ୱପୂର୍ଣ୍ଣ’ ନୁହେଁ ।

ଏହି ଉଦ୍ଘାଟନୀ କାର୍ୟ୍ୟକ୍ରମରେ ଚଳିତବର୍ଷ ମର୍ୟ୍ୟାଦାସମ୍ପନ୍ନ ସରସ୍ୱତୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ସିନ୍ଧି କବି ଡଃ ଭାସଦେବ ମୋହି ଏବଂ ବିଶିଷ୍ଟ ଲେଖକ ଡଃ ଜ୍ଞାନେଶ୍ୱର ମୁଲେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

ସୋଆ ସାହିତ୍ୟ ଉତ୍ସବକୁ ‘ଶବ୍ଦ ଏବଂ ବିଚାରଧାରାର ଉତ୍ସବ ଭାବେ ଅବିହିତ କରାଯାଇଥିବା ବେଳେ ଏହି ଉତ୍ସବ ପ୍ରକୃତ ପଠନ ବେଶ ସଫଳ ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ହିନ୍ଦୀ କବି ଏବଂ ସାମ୍ବାଦିକ ଶ୍ରୀ କୁଲ୍ଦୀପ କୁମାର ।
ଅନ୍ୟ ଗଣାମଧ୍ୟମ ଏବଂ ସାହିତ୍ୟ ଉତ୍ସବଗୁଡ଼ିକରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ କେନ୍ଦ୍ର କରି ଉତ୍ସବ ପାଳନ କରାଯାଉଥିବା ବେଳେ ସୋଆ ସାହିତ୍ୟ ଉତ୍ସବ ଭାରତୀୟ ଭାଷା ଓ ସାହିତ୍ୟକୁ ନେଇ କେନ୍ଦ୍ରିତ ବୋଲି ସେ କହିଥିଲେ ।
ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୨୭ଟି ସାହିତ୍ୟ କର୍ମଶାଳା ଅନୁÂିତ ହୋଇଥିବା ବେଳେ ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦେ୍ଧଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ୍ ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

“ଏହା ଆମ ପାଇଁ ଏକ ନୂଆ ଅନୁଭୂତି ଓ ଏହି ସଫଳତା ଆଗକୁ ଆମକୁ ଅଧିକ ପ୍ରଭାବିତ କରିବ ବୋଲି କହିଛନ୍ତି
ପ୍ରାଚୀନ୍ର ମୁଖ୍ୟ ଡଃ ଗାୟତ୍ରୀ ପଣ୍ଡା ।

ଚଳିତ ବର୍ଷ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୁଇ ବିଶିଷ୍ଟ ସାହିତି୍ୟକ ଶ୍ରୀ ତରୁଣକାନ୍ତି ମିଶ୍ର ଏବଂ ଶ୍ରୀ କାଳୀ ଚରଣ ହେମ୍ବ୍ରମଙ୍କୁ ଏହି ସାହିତ୍ୟ ଉତ୍ସବରେ ସୋଆ କୁଳପତି ପ୍ରଫେସର ଚୈାହନ୍ସ ମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × four =