Wednesday, August 19, 2026
ରାଜ୍ୟ

ଅନନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ବର () ଗତକାଲି ଆକ୍ରମଣରେ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ ଭୁବନେଶ୍ବରର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଭେଟିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଗତକାଲି ରାତି ପ୍ରାୟ 11ଟା ସମୟରେ ଅନନ୍ତ ନାରାୟଣ ଜେନା ଲକ୍ଷ୍ମୀସାଗର କେନାଲ ରୋଡରେ ଏକ ମାରୁତି-800 କାରରେ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇନି । ତେବେ ଏହା ଏକ ରାଜନୈତିକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି । ଲକ୍ଷ୍ମୀସାଗର ପୋଲିସ ଏହାର ତନାଘନା କରୁଥିବା ବେଳେ ଖୁବଶୀଘ୍ର ଆକ୍ରମଣକାରୀ ଗିରିଫ ହେବେ ବୋଲି ଜଣାପଡିଛି ।

ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନ ହୋଇଥିବାରୁ ସନ୍ଧ୍ୟା 5ଟାରୁ ପ୍ରଚାର ବନ୍ଦ ହୋଇଥିଲା । ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଏଭଳିସ୍ଥିତିରେ ଏହି ଆକ୍ରମଣକୁ ନେଇ ରାଜନୀତିର ଗନ୍ଧ ଆସିବା ସ୍ବାଭାବିକ । ତେବେ ଏଥିରେ କାହାର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି ।

Share

Leave a Reply

Your email address will not be published. Required fields are marked *

five × 5 =