ଏହି କାରଣ ପାଇଁ ପାଳନ ହେବନି ଉତ୍କଳ ଦିବସ

ଆସନ୍ତାକାଲି ଉତ୍କଳ ଦିବସ। ଏଥର ରାଜ୍ୟ ସରକାର ପାଳନ କରିବେ ନାହିଁ। ଲକ୍‌ଡାଉନ୍‌ କଟକଣା ଭିତରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୟନ୍ତୀ ଓ ଶ୍ରାଦ୍ଧଦିବସ ଦିବସ ପାଳିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପ୍ରଥମକରି ଏଥର କରୋନା ବିପତ୍ତି ପାଇଁ ଉତ୍କଳ ଦିବସ ପାଳନ ହେଉନି ବୋଲି କୁହାଯାଇଛି।

ଏପ୍ରିଲ ୧, ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା। ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ କଥା ମନେ ପକାଇବା ପ୍ରତିବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ ହୋଇଆସୁଛି। ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନ କରାଯାଇଥାଏ। କିନ୍ତୁ ପ୍ରଥମକରି କରୋନା କଟକଣା ପାଇଁ ଏଥର ସରକାରୀ ଭାବେ ଉତ୍କଳ ଦିବସ ପାଳନ କରାଯିବ ନାହିଁ ବୋଲି ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

two × five =