ବୁଝାମଣାର ଅଙ୍କ ଛିଣ୍ଡୁନି

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ଦୁରେଇ ରଖିବା ପାଇଁ ବିଜେଡି ଓ କଂଗ୍ରେସ ସମଭାବପନ୍ନ ଦଳଗୁଡିକ ସହ ଆସନ ବୁଝାମଣା କରିବାକୁ ଯୋଜନା କରୁଛନ୍ତି । ଏଦିଗରେ ବିଜେଡି ବାମ ଦଳ ସହ ଆଲୋଚନା ଆରମ୍ଭ କରିଥିବା ବେଳେ କଂଗ୍ରେସ ବାମଦଳ ସମେତ ସମତକ୍ରାନ୍ତି ଓ ଜେଏମଏମ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ କଂଗ୍ରେସ ଉଭୟର ଟାର୍ଗେଟରେ ବିଜେପି । ଯେଉଇଁଥିପାଇଁ ରାଜ୍ୟର ଏହି ଦୁଇ ବୃହତ ରାଜନୈତିକ ଶକ୍ତି ଅନ୍ୟ ଛୋଟ ଦଳ ସହ ଆସନ ବୁଝାମଣା କରିବାକି ଯୋଜନା କରୁଛି । ଏମିତିବି ଜାତୀୟ ରାଜନୀତିରେ ସିପିଆଇ, ସିପିଏମ ଓ ସିପିଆଇ ତିନୋଟିଯାକ ବାମ ଦଳ ବିଜେପି ଆଭିମୁଖ୍ୟ ବିରୋଧୀ । ଏହିଦୃଷ୍ଟିରୁ ବାମ ଦଳ 11ଟି ବିଧାନସଭା ଓ 2ଟି ଲୋକସଭା ଆସନରୁ ନିଜ ପ୍ରାର୍ଥୀ ଛିଡା କରାଇବାକୁ ଉଭୟ କଂଗ୍ରେସ ଓ ବିଜେଡି ସହ ବାର୍ଗେନ କରୁଛି । କିନ୍ତୁ ବିଜେଡି ଗୋଟେ ହେଲେ ଲୋକସଭା ଆସନ ଛାଡିବା ସପକ୍ଷରେ ନାହିଁ । ଆସନ ବୁଝାମଣା ଏବେ 3-5 ରେ ଅଟକିଛି ଅର୍ଥାତ ବାର୍ଗେନ ଭିତରେ ବାମ ଦଳ 5ଟି ଆସନରେ ଏବଂ ବିଜେଡି 3ଟି ଆସନରେ ଅଟକିଛି ।

ସେହିଭଳି କଂଗ୍ରେସ ବାମ ଦଳକୁ 11ଟି ବିଧାନସଭା ସହ 2ଟି ଲୋକସଭା ଆସନ ଛାଡିବାକୁ ଆଲୋଚନା ଆରମ୍ଭ ହୋଇଛି । ଏଥିସହ ସୁନ୍ଦରଗଡ଼ର ଗୋଟିଏ ଏବଂ ମୟୁରଭଞ୍ଜର ଗୋଟିଏ ଏମିତି ଜେଏମଏମ ସହ 2ଟି ଏବଂ ସମତାକ୍ରାନ୍ତି ସହ ମଧ୍ୟ ଗୋଟେ ଦିଟା ଆସନରେ ବୁଝାମଣା ପାଇଁ ଆଲୋଚନା ଚାଲିଛି ।

Share

Leave a Reply

Your email address will not be published. Required fields are marked *

one × 3 =