କୃତ୍ରିମ ବନ୍ୟା ପାଇଁ ଏନଏଚଏଆଇ ଦାୟୀ

ଭୁବନେଶ୍ବର () ଭୁବନେଶ୍ବର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବର୍ଷା ଦିନେ ଜଳ ନିଷ୍କାସନ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସମ୍ପର୍କରେ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ଦାବି କରିଛନ୍ତି ।

ନିକଟରେ ଦୁଇଦିନର ଲଗାଣ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ରାସ୍ତା ଉପରେ 3 ଫୁଟ ଉଚ୍ଚରେ ପାଣି ଚାଲିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜାତୀୟ ରାଜପଥ ପ୍ରାଧିକରଣକୁ ଦାୟୀ କରିଛନ୍ତି । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଉଚ୍ଚା ବନ୍ଦ କରାଯାଇଛି । ହେଲେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ହୋଇନି ।

ସମାନ ସ୍ଥିତି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ରସୁଲଗଡ଼, ପଳାଶୁଣି ଓ ପାହାଳ ନିକଟରେ ବି ସୃଷ୍ଟି ହେଉଛି । ଏହାର ପ୍ରତିକାର ପାଇଁ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲେବି ସେମାନେ ଏଦିଗରେ ଦୃଷ୍ଟି ଦେଉନାହାନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + two =