ଗରିବଙ୍କ ଆଶାବାଡି ସାଜିଲେ ଶାରଦା

ମାହାଙ୍ଗା()  କରୋନା ସମୟରେ ଅସହାୟଙ୍କୁ ସହଯୋଗର ଢ଼ାତ ବଢାଇଛନ୍ତି ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ । ବିପଦ ବେଳେ ସଦାସର୍ବଦା ଲୋକଙ୍କ ସହ ରହି ସେବା କରୁଥିବା ଶାରଦା କରୋନା ସମୟରେ ମଧ୍ୟ ଲୋକଙ୍କୁ ସେବା କରିବାରେ ପଛାଇନାହାନ୍ତି । ଏଭଳି ଏକ ସ୍ପର୍ଶକାତର ମୁହୂର୍ତ୍ତରେ ଶାରଦା ମାହାଙ୍ଗା ନିର୍ବାଚନମଣ୍ଡଳୀର ୬୪ଟି ପଞ୍ଚାୟତରେ ଘରେ ଘରେ ସମସ୍ତ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି । ଏହି ପ୍ରକ୍ରିୟା ଆଗକୁ ଆହୁରି ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଲକଡାଉନ କାରଣରୁ ଭୁବନେଶ୍ୱର ରୁ ମାହାଙ୍ଗା ଯାଇପାରୁନଥିଲେ ମଧ୍ୟ ଭିଡିଓ କନ୍ଫରେନ୍ସି ଜରିଆରେ ସେ ଲୋକଙ୍କ ସୁଖ ଦୁଃଖ ବୁଝୁଛନ୍ତି । ତାଙ୍କର ପ୍ରତିଶ୍ରୁତି ମୁତାବକ ସେ ନିଶ୍ଚିତକୋଇଲି ବ୍ଲକ ର ୨୭ଟି ପଞ୍ଚାୟତ, ମାହାଙ୍ଗା ବ୍ଲକ ର ୩୭ ଟି ପଞ୍ଚାୟତରେ ୫୦ ହଜାର ମାସ୍କ ଓ ୫୦ ହଜାର ସାବୁନ ବଣ୍ଟନ କରିଛନ୍ତି । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ଥାନୀୟ ବିଧାୟକଙ୍କ ଦର୍ଶନ ମିଳୁନଥିବା ବେଳେ ଶାରଦାଙ୍କ ଏଭଳି ସେବା ମନୋଭାବକୁ ମାହାଙ୍ଗାବାସୀ ସାଧୁବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 4 =