ଢ଼ାକାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ମୃତ

ଢ଼ାକା: ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଏକ କଳକାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଏହି ଘଟଣା ବିଷୟରେ ଜଣାଇଛନ୍ତି। ନାରାୟଣଗଞ୍ଜର ରୁପଗଞ୍ଜ ଅଞ୍ଚଳରେ ସ୍ଥିତ ଏକ କଳକାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Share

Leave a Reply

Your email address will not be published. Required fields are marked *

4 + four =