ଫେବୃୟାରୀରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର()  ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ତଥ୍ୟ ମଗାଯାଇଛି। ଜାନୁୟାରୀ ୨୦ ସୁଦ୍ଧା ସମସ୍ତ ବିଭାଗ ସରକାରଙ୍କ ବିକାଶର ତଥ୍ୟ ସଂସଦୀୟ ବିଭାଗକୁ ପ୍ରଦାନ କରିବେ। ଅନ୍ୟପକ୍ଷରେ ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ମଧ୍ୟ ଏକ ପ୍ରସ୍ତାବ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ବିଧାନସଭା ଅଧିବେଶନ ପାଇଁ ଚୂଡାନ୍ତ ତାରିଖ ଧାର୍ୟ୍ୟ ହୋଇ ନ ଥିଲେ ମଧ୍ୟ ଫେବୃୟାରୀ ୬ କିମ୍ବା ୭ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବା ନେଇ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

13 − six =