ଆଜି କଟକରେ ରେହମାନଙ୍କ ସହ ସଲମାନ ମଚାଇବେ ଧୁମ

କଟକ: ହକି ବିଶ୍ବକପ୍‌ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଯୋଗ ଦେବେ ବଲିଉଡର ସୁପରଷ୍ଟାର ସଲମାନ ଖାନ । ସେଲିବ୍ରେସନ୍‌ ପାଇଁ ସ୍ବତନ୍ତ୍ର ଭାବେ ମୋଟ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ୩୦ ହଜାରରୁ ଅଧିକ ଦର୍ଶକ ଷ୍ଟାଡିୟମ୍‌ରେ ବସି କାର୍ଯ୍ୟକ୍ରମ ଉପଭୋଗ କରିବାର ବ୍ୟବସ୍ଥା କରାଯାଇଛି।

ସିସିଟିଭି ପୁରା ଷ୍ଟାଡିୟମ୍‌କୁ ନଜରରେ ରଖିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି କରିଛି। ବଲିଉଡର ମେଗା ଷ୍ଟାର ସଲମାନ ଖାଁ ଏବଂ ବିଶିଷ୍ଟ ସଂଗୀତକାର ଏ.ଆର‌୍‌. ରହେମାନ୍‌ଙ୍କ ଏହି କାର୍ଯ୍ୟକ୍ରମର ଭିଡିଓ ରେକର୍ଡ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ବାରବାଟୀରେ ବିଶ୍ବକପ୍‌ ହକି ସେଲିବ୍ରେସନ୍‌ ପାଇଁ ଦିନ ୨ଟା ୩୦ରୁ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ମିଳବ। ଅପରାହ୍ନ ୫ଟା ୩୦ରେ ଏହି ଘଣ୍ଟିକିଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଆଜି ଜବାହାର‌୍‌ ଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମ୍‌ରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ବାରବାଟୀର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସୁରକ୍ଷା ବ୍ୟବସ୍ଥାରେ ୪୦ ଜଣ ସୁପରଭାଇଜି˚ ଅଫିସର, ୩୦୦ ଜଣ ଇନ୍‌ସ୍ପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇ ଏବ˚ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଷ୍ଟାଡିୟମ୍‌ ଭିତରକୁ ଦର୍ଶକମାନେ ପାଣି ବୋତଲ୍‌, ବ୍ୟାଗ୍‌, ବ୍ୟାନର‌୍‌, ମିରର‌୍‌, ସିଗାରେଟ୍‌, ଡିଆସିଲି, ବ୍ଲେଡ୍‌, ବାଣ, ଲାଠି, ପତାକା, ରେଡିଓ, ବିଡି, ଲାଇଟର‌୍‌, ଛୁରୀ, ଆଟାଚ୍‌, ରିମୋର୍ଟ କଣ୍ଟ୍ରୋଲ, ବାଦ୍ୟ ଯନ୍ତ୍ର, ହେଲ୍‌ମେଟ୍‌, ପାଣି ବୋତଲ ନେଇପାରିବେ ନାହିଁ। କେବଳ ମହିଳାମାନେ ସେମାନଙ୍କ ବ୍ୟାଗ ନେଇପାରିବେ। କିନ୍ତୁ ପାଣି ବୋତଲ ସମ୍ପୂର୍ଣ୍ଣ ନିଷେଧ। ଷ୍ଟାଡିୟମ୍‌ ଭିତରେ ଦର୍ଶକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ଶେଷ ହେବା ପରେ କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ ଏବ˚ ଦୟାଶ୍ରମ ରୋଡ୍‌ ଦେଇ ଦର୍ଶକ ବାହାରକୁ ବାହାରିବା ପାଇଁ ସମ୍ପର୍ଣ୍ଣ ଖୋଲା ରଖାଯିବ। ଅନ୍ୟପଟେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ସହରର ପ୍ରମୁଖ ଅଞ୍ଚଳରେ କଟକଣା ଲାଗୁ କରାଯିବା ସମ୍ପର୍କରେ ଟ୍ରାଫିକ ପୁଲିସ ନିଷ୍ପତ୍ତି ନେଇଛି।

ସତୀ ଚଉରା ଛକରୁ କୌଣସି ତିନି ଓ ଚାରି ଚକିଆ ଗାଡ଼ି ସେଲ୍‌ଟର ଛକ ଓ କନିକା ଛକ ଦେଇ ଷ୍ଟାଡିୟମ୍‌ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ରିଙ୍ଗ ବନ୍ଧରେ ଯାଇ ଭୁଆଶୁଣି ପଡ଼ିଆରେ ଗାଡ଼ି ପାର୍କି˚ କରିପାରିବେ। ଚହଟା ଛକରୁ ଦୁଇ ଚକିଆ ଗାଡ଼ି ସିଧା ବାଲିଯାତ୍ରା ପଡ଼ିଆ ଯାଇ ନିର୍ଧାରିତ ପାର୍କି˚ ସ୍ଥାନରେ ଗାଡ଼ି ରଖି ଷ୍ଟାଡିୟମ୍‌କୁ ଯାଇପାରିବେ। ବିଜୁ ପଟ୍ଟନାୟକ ଛକରୁ କୌଣସି ତିନି ଓ ଚାରି ଚକିଆ ଗାଡ଼ି ଦୟାଶ୍ରମ ରାସ୍ତାରେ ସିଧା ଷ୍ଟାଡିୟମ୍‌ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ଖ୍ରୀଷ୍ଟିୟାନ ପଡ଼ିଆରେ ଗାଡ଼ି ପାର୍କି˚ କରିବେ। ଚଣ୍ତୀ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଷ୍ଟାଡିୟମ୍‌ ଆଡ଼କୁ ଯାଇପାରିବେ ନାହିଁ। ରିଜର୍ଭ ପୁଲିସ ଅଫିସ ପାଖରୁ ତିନି ଓ ଚାରି ଚକିଆ ଯାନ ସିଧା ଷ୍ଟାଡିୟମ୍‌ ଆଡ଼କୁ ଯାଇପାରିବେ ନାହିଁ। ଓଲିଉଡ୍‌ ଏବ˚ ବଲିଉଡ୍‌ କଳାକାରମାନେ ସତୀଚଉରା ଛକ ଦେଇ ସେଲ୍‌ଟର ଛକ ଓ କନିକା ଛକ ରାସ୍ତାରେ ଯାଇ ପିଏଚ୍‌ଡି ଅଫିସ ରାସ୍ତାରେ ଗେଟ ନମ୍ବର ୧୪ରେ ବାରବାଟି ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିପାରିବେ। ଭିତରେ ତାଙ୍କ ପାଇଁ ଗାଡ଼ି ପାର୍କିର ବ୍ୟବସ୍ଥା କରାଯାଇଛି।

Share

Leave a Reply

Your email address will not be published. Required fields are marked *

eleven + 14 =