Friday, October 30, 2026
Latestରାଜ୍ୟ

ଓଡ଼ିଆ ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା

କୁବେର ବାବୁଙ୍କ ସିନେମା ନିଶା। କଳା ଧନ ଟଙ୍କାରେ ତିଆରି କରିଛନ୍ତି ୨ଟି ଓଡ଼ିଆ ସିନେମା। ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରଯୋଜିକା ଅଛନ୍ତି। ଗୋଟିଏ ସିନେମାରେ ପ୍ରତାପ ନିଜେ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ପତ୍ନୀଙ୍କ ନାାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍‌ସ ।

 
ଜବତ ହୋଇଛି ୧୪ କୋଟି ୮୮ ଲକ୍ଷ ୯୧ ହଜାର ଟଙ୍କାର ସମ୍ପତ୍ତି । ଯାହାକି ଆୟର ହଜାରେ ୨୨ ପ୍ରତିଶତ ଅଧିକ । ପ୍ରତାପଙ୍କ ଘରବାଡ଼ି, କୋଠା, ବ୍ୟାଙ୍କ ବାଲାନ୍ସ ଦେଖି ଜଳକା ହୋଇଛି ଭିଜିଲାନ୍ସ ଟିମ୍‌ । ୧୯୮୮ରେ OPHWCରେ ଯୋଗ ଦେଇଥିଲେ ପ୍ରତାପ ସାମଲ । ୨୦୧୩ରେ ଡେପୁଟି ମ୍ୟାନେଜର ପଦବୀକୁ ପଦୋନ୍ନତି ପାଇଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ।
Share

Leave a Reply

Your email address will not be published. Required fields are marked *

11 − nine =