୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ପୁରୀରେ କଟକଣା

ପୁରୀ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ | ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ପୁରୀରେ କୋଭିଡ ସଂକ୍ରମଣ ଯେପରି ବୃଦ୍ଧି ନପାଇବ ସେନେଇ ଅଣ୍ଟା ଭିଡ଼ିଛନ୍ତି | ପୁରୀକୁ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବାରୁ ଏବେ ପୁରୀରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି ।ଏଥି ସହିତ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।ଜଗା ଦର୍ଶନ ପାଇଁ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନେଗେଟିଭ ରିପୋର୍ଟ ନଆଣିଲେ ଆସୋଲେସନରେ ରହିବେ । ସ୍ଥିତି ସମୀକ୍ଷା ପରେ ଏନେଇ ସୁଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଯେଉଁମାନଙ୍କର କୋଭିଡ ଲକ୍ଷଣ ଥିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଟେଷ୍ଟ କରାଯିବ। ଆବଶ୍ୟକ ପଡ଼ିଲଲେ ଆରଟିପିସିଆର ଟେଷ୍ଟ ହେବ। ୫ ରାଜ୍ୟରୁ ବିନା ଟେଷ୍ଟରେ ଆସିଥିବ ଲୋକଙ୍କର ଷ୍ଟେଶନରେ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ। ତେବେ ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଛି । ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 2 =