ଚଳିତ ବର୍ଷ ପୁରୀରେ ରଥଯାତ୍ରା ବାତିଲ

ନୂଆଦିଲ୍ଲୀ()  ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ  । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ  । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସମ୍ପୂର୍ଣ୍ଣ ମଉଳି ଯାଇଛି  । ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି  । ରଥଯାତ୍ରାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  ।

ସୂଚନାଯୋଗ୍ୟଯେ, କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା  । ହେବ ନା ହେବନିର ଦୋଛକିରେ ପ୍ରଶାସନ ଠାରୁ ସରକାର ରହିଥିଲେ  । ତେବେ କାଳେ କରୋନାର ପ୍ରକୋପ କମିବ ଓ ରଥଯାତ୍ରା ହୋଇପାରିବ ସେନେଇ ଅନେକଙ୍କ ମନରେ ଆଶା ଥିଲା  । ଯେଉଁଥିପାଇଁ ବିଳମ୍ବରେ ହେଲେ ମଧ୍ୟ ରଥ ନିର୍ମାଣ ଆରମ୍ଭ ହୋଇଥିଲା  । ଇତିମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇସାରିଛି  । ସେବାୟତମାନେ ମଧ୍ୟ ନିଜେ ରଥ ଟାଣିବେ ବୋଲି ଦମ୍ଭୋକ୍ତି କରିଥିଲେ  । ରଥଯାତ୍ରା କରିବାକୁ ପ୍ରଶାସନ ଓ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିଲେ  । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିସାରିଛି  । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବର୍ଷ ରଥଯାତ୍ରା ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି  । ଫଳରେ କୋଟି କୋଟି ଓଡ଼ିଆଙ୍କ ମନରେ ନୈରାଶ୍ୟ ଖେଳିଯାଇଛି  ।

Share

Leave a Reply

Your email address will not be published. Required fields are marked *

one × 3 =