Friday, October 30, 2026
Latestମନୋରଞ୍ଜନ

୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଦବଙ୍ଗ ଷ୍ଟାର

ମୁମ୍ବାଇ()  ଦବଙ୍ଗ ଷ୍ଟାରନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି ସଲମାନ ଖାନ । ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍କରଙ୍କ ସହ ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ ସାଇ ଏବଂ ତାଙ୍କ ପତ୍ନୀ ଭୂମିକାରେ ସୋନାକ୍ଷୀ ସିହ୍ନା ଅଭିନୟ କରିବେ। ତେବେ ଫିଲ୍ମରେ ସୋନାକ୍ଷୀଙ୍କ ପିତା ଭୂମିକାରେ ଅଭିନୟ କରିବେ ସାଇଙ୍କ ପିତା ମହେଶ ମଞ୍ଜେସ୍କର। ‘ଦବଙ୍ଗ-୩’ରେ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଏଣ୍ଟ୍ରି ହୋଇଛି। ଏଥିରେ ସେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି। ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି। ନିକଟରେ ସଲମାନ ଚଳଚ୍ଚିତ୍ରର ଏକ ଭାଗ ମଧ୍ୟପ୍ରଦେଶରେ ଶୁଟିଂ କରିଛନ୍ତି। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 2 =