ଭୁବନେଶ୍ୱରରେ ଆନ୍ଧ୍ର ହାଉସ୍ କମିଟି

ଭୁବନେଶ୍ୱର: ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା | ଓଡିଶାରେ ଆନ୍ଧ୍ରର ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସି ପହଞ୍ଚିଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି ।

ତେବେ ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗିରହିଛି । କୋରାପୁଟ ଓ ଗଜପତି ଜିଲ୍ଳାର ସୀମାନ୍ତବର୍ତୀ ଗାଁ ଗୁଡିକରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଯାହାକୁ ନେଇ ଓଡିଶା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ସହ ମିଟିଂ ପରେ ଆନ୍ଧ୍ର ବିଧାନ ପରିଷଦ ଗଣଶିକ୍ଷା ଗୃହ କମିଟି ଅଧ୍ୟକ୍ଷ ଏମଏ ସରିଫ ନିଜର ମନ୍ତବ୍ୟରେ କହିଛନ୍ତି କି, ଆଜିର ବୈଠକରେ କୋଟିଆ ଉପରେ କୌଣସି ଆଲୋଚନା ହୋଇନାହିଁ |ତେବେ ମାମଲାର ସମାଧାନ ଆପୋସ ବୁଝାମଣାରେ ହେବ ଉଚିତ | ସେହିଭଳି ଓଡ଼ିଶାରେ ତେଲୁଗୁ ଭାଷାଭାଷୀଙ୍କ ପାଠପଢ଼ା ସମସ୍ୟା କଥା ମଧ୍ୟ ସେ ଉଠାଇଛନ୍ତି | ତୁରନ୍ତ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ କହିଛନ୍ତି ସରିଫ |

Share

Leave a Reply

Your email address will not be published. Required fields are marked *

20 − seven =