ଗୁରୁବାର : ଆଜି 5ଟି ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ଜାଣନ୍ତୁ…

ମେଷ – ଆମ ଚତୁର୍ଥାଧିପ ଚନ୍ଦ୍ର ସପ୍ତମଭାବସ୍ଥ ଯୋଗୁ ପରିଜନଙ୍କ ସହ ଯାତ୍ରା, ବନ୍ଧୁମିଳନ ସାଙ୍ଗକୁ ନୂତନ ବସ୍ତ୍ରଭୂଷଣାଦି ପରିଧାନ କରିବେ । ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ ବାଣିଜ୍ୟ,ବ୍ୟବସାୟ ଓ ପ୍ରତିଦ୍ୱନ୍ଦିତାରୁ ସଫଳତା ପ୍ରାପ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବୃଷ – ମୁଖଭାବସ୍ଥ ରାହୁ ପ୍ରଭାବରୁ ଯୁକ୍ତିତର୍କକୁ କେନ୍ଦ୍ର କରି ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ୱର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୯ ।

ମିଥୁନ – କୋଣଭାବସ୍ଥ ଚନ୍ଦ୍ର ନୂତନ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ । ଯାହା ଭାବିଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୨ ।

କର୍କଟ –ଆଜିର ଶୁଭ ଚନ୍ଦ୍ର ହେତୁ ସାମାଜିକ ସମ୍ମାନ ସହ ଲୋକସମ୍ପର୍କ ବୃଦ୍ଧି ହେବ । ମାନସିକ ସ୍ତରରେ କେତେକ ଅକୁହା କଥାକୁ ବିଶ୍ଲେଷଣ କରି ଅବସାଦ ଉତ୍ପନ୍ନ ହୋଇପାରେ । ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ସିଂହ – ଆପଣଙ୍କ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅବଶ୍ୟ ରାଜନୈତିକ ସ୍ତର, ପ୍ରଶାସନିକ କ୍ଷେତ୍ର, ସଙ୍ଗଠନ ପାଇଁ ଦିନଟି ବହୁତ ଭଲ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କନ୍ୟା – ଚନ୍ଦ୍ରଙ୍କ ଶୁଭ ପ୍ରଭାବରେ ଆପଣଙ୍କ ଆକର୍ଷଣୀୟ କଥନଶୈଳୀ ଅନ୍ୟମାନଙ୍କୁ ଆପଣାର କରିବାରେ ସାହାର୍ଯ୍ୟ କରିବ । ଆଲୋଚନାରେ ଭାବପ୍ରବଣତା ପରିହାର ପୂର୍ବକ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ତୁଳା- ଆଜିର ଯାତ୍ରା,ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦିତା ଓ କଚେରି ମାମଲା ପାଇଁ ସମୟର ଅନୁକୂଳତା ନାହିଁ । ପରୋକ୍ଷ ଶତ୍ରୁତା , ଋଣ ପରିଶୋଧ ସକାଶେ ସମସ୍ୟାକୁ ଆନୟନ କରିପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ଚିନ୍ତାରେ ରହିପାରନ୍ତି । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୪ ।

ବିଛା – ପ୍ରିୟଜନଙ୍କ ପ୍ରେରଣାରେ ଉଦ୍ବୁଦ୍ଧି ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ସାହାର୍ଯ୍ୟ ଲାଭ କରି କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୋଣସି ମୂଲ୍ୟବାନ ଜିନିଷ ଘରକୁ ଆଣିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଧନୁ – ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରେ । ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି । କିନ୍ତୁ ସ୍ୱକୀୟ ଉଦ୍ୟମ ଓ ଆପୋସ ଆଲୋଚନା ସାଙ୍ଗକୁ ପାରସ୍ପରିକ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମକର – କର୍ମଭାବସ୍ଥ ଚନ୍ଦ୍ର ପରିବାର ଓ କର୍ମକ୍ଷତ୍ରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହେବ । ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ । ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କୁମ୍ଭ – ଆପଣଙ୍କୁ ବନ୍ଧୁମାନେ ମନ ବୁଝିଲା ଭଳି କଥାମାନ କହି ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି । ଟିକିଏ ଜୋର୍ ଦେଇ ବଜେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମୀନ – ସାଧାରଣ କଥା କେନ୍ଦ୍ର କରି ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ବିବାଦୀୟ ପରିସ୍ଥିତିରେ ନୀରବତା ଅବଲମ୍ବନ କରିବା ଭଲ ହେବ । ଅନ୍ୟ ଉପରେ ନିର୍ଭର ନ କରି କେତେକ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

Share

Leave a Reply

Your email address will not be published. Required fields are marked *

1 × four =