୨୦ ଶ୍ରେଷ୍ଠ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର : ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ପ୍ରତି ଜିଲ୍ଲାରୁ ୨ଜଣ ଲେଖାଏଁ ୬୦ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୦ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ଆସନ୍ତା ମେ ୨୦ରେ ସେମାନଙ୍କୁ ପଢ଼ିବା ପାଇଁ ଇସ୍ରୋ ପଠାଯିବ ବୋଲି ସୂଚନା ମିଳିଛି ।

ସେପଟେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୧୦ ଓ ପରେ ୧୦ଟି ଲାଗି ପ୍ରସ୍ତୁତି ସରିଛି । କୌଶଳ ବୃଦ୍ଧି ଲାଗି ବିଜ୍ଞାନ ଶିକ୍ଷକଙ୍କୁ ବେଙ୍ଗାଲୁରୁ ପଠାଯିବ । ଏହା ସହ ରାଜ୍ୟରେ ଆଉ ୨ଟି ପ୍ଲାନେଟୋରିଅମ ହେବ । ମୋଟ୍ ୩୦ଜିଲ୍ଲାରୁ ୬୨ହଜାର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୦ଜଣ ପୁରସ୍କୃତ ହୋଇଛନ୍ତି ।

 

Share

Leave a Reply

Your email address will not be published. Required fields are marked *

one × 5 =