ନିଜ ବିବାହକୁ ନେଇ ଖୁଲାସା କଲେ ଜାହ୍ନବୀ କପୁର

ବମ୍ବେ : ବଳିଉଡ ଅଭିନେତ୍ରୀ ଜାହ୍ନବୀ କପୂର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଫିଲ୍ମ ପାଇଁ ତ କେବେ ବଲିଉଡର ଦିଗ୍ଗଜ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାଇଁ। ଜାହ୍ନବୀ ନିଜେ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି- ମୁଁ ଜାଣିଛି ମୋର ବିବାହ ପାରମ୍ପାରିକ ରୀତି, ନୀତିରେ ହେବା ସହ ତିରୁପତିରେ କରାଯିବ।

ଏହାସହ ଜାହ୍ନବୀ ବିବାହ ଦିନ କାଞ୍ଜିବରମ ଶାଢୀ ପିନ୍ଧିବେ ବୋଳି ମଧ୍ୟ କହିଛନ୍ତି ଏବଂ ବିବାହରେ ମୋର ଫେଭରେଟ୍‌ ସାଉଥ୍‌ ଇଣ୍ଡିଆନ ଖାଦ୍ୟ- ଇଟିଲ, ସମ୍ଭର, ଦହି ଭାତ ଏବଂ କ୍ଷୀର ଏପରି ଅନେକ ଆଇଟମ୍‌ ହେବ। ସାକ୍ଷାତକାର ମାଧ୍ୟମରେ ଜାହ୍ନବୀ କହିଛନ୍ତି ମୋତେ ଧୂମଧାମ ବା ଫ୍ୟାନ୍ସି ଢଙ୍ଗରେ ବିବାହ ପସନ୍ଦ ନୁହେଁ।

ଏହା ମଧ୍ୟରେ ଜାହ୍ନବୀ କହିଛନ୍ତି ତାଙ୍କ ମା ଶ୍ରୀଦେବୀ ପୁରୁଷମାନଙ୍କୁ ନେଇ ନିଜ ନିଷ୍ପତିରେ ଭରସା କରୁନଥିଲେ। ଜାହ୍ନବୀଙ୍କୁ ତାଙ୍କ ବିବାହକୁ ନେଇ ମା ଶ୍ରୀଦେବୀଙ୍କ ସହ କିଛି ଆଲୋଚନା କରାଯାଇଥିବା କଥା ପଚରା ଯାଇଥିବା ବେଳେ, ଜାହ୍ନବୀ କହିଛନ୍ତି- ହଁ ମାଙ୍କୁ ପୁଅମାନଙ୍କ ମାମଲାରେ ମୋ ଜଜ୍‌ମେଣ୍ଟ ଉପରେ ତାଙ୍କର ବିଲକୁଲ୍‌ ଭରସା ନଥାଏ। ସେ କହୁଥିଲେ ସେ ହିଁ ମୋ ପାଇଁ ପୁଅ ବାଛିବେ।

କାରଣ ମୁଁ ଖୁବ୍‌ ସହଜରେ କାହା ଉପରେ ବି ଭରସା କରିଦେଇଥାଏ। ଜାହ୍ନବୀଙ୍କୁ ତାଙ୍କ ପାଟର୍ନରଙ୍କ ପାଖରେ କିପରି କ୍ୱାଲିଟି ଥିବା ଦରକାର ପଚରାଯାଇଥଇବା ବେଳେ ଜାହ୍ନବୀ କହିଛନ୍ତି, ମୋ ପାଟର୍ନର ଟ୍ୟାଲେଣ୍ଟେଡ୍‌ ହୋଇଥିବେ। ମତେ ତାଙ୍କଠାରୁ କିଛି ଶିଖିବାକୁ ମିଳୁଥିବ ଏବଂ ସେ ମୋର ଦିଓ୍ଵାନା ହୋଇଥିବା ଆବଶ୍ୟକ।

ରିପୋର୍ଟ ଅନୁଯାୟୀ ଜାହ୍ନବୀ କପୂର ଅଭିନେତ୍ରୀ ଶ୍ରୀଦେବୀ ଏବଂ ନିର୍ଦ୍ଦେଶକ ବୋନି କପୂରଙ୍କ ବଡ ଝିଅ। ସେ ୨୦୧୮ ମସିହାରେ କରନ ଜୋହରଙ୍କ ଫିଲ୍ମ ‘ଧଡକ’ ରେ ଡେବ୍ୟୁ କରିଥିଲେ। ଏହାବ୍ୟତୀତ ଜାହ୍ନବୀ ରୁହିଫଜା, କାରଗିଲ୍‌ ଗର୍ଲ ଏବଂ ଦୋସ୍ତାନା-୨ରେ କାମ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 4 =