ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ

କଟକ() ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମହମ୍ମଦ ମୁସ୍ତାକକୁ ଫାଶି ଦଣ୍ଡାଦେଶ । ଆଜି କଟକ ପକ୍ସୋ କୋର୍ଟ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଗତକାଲି କଟକ ପକ୍ସୋ କୋର୍ଟ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲା ।

୨୦୧୮ମସିହା ଏପ୍ରିଲରେ ୨୧ ତାରିଖରେ ସାଲେପୁର ଥାନା ଜଗନ୍ନାଥପୁର ଗାଁର ମହମ୍ମଦ ମୁସ୍ତାକ ସେହି ଗାଁର ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ନାବାଳିକାଙ୍କୁ ଚକୋଲେଟ ଦେବା ନାଁରେ ସାଙ୍ଗରେ ନେଇଯାଇଥିଲା ଅଭିଯୁକ୍ତ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଉଦ୍ଧାର କରିବା ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମୃତ୍ୟୁ ବରଣ କରିଥିଲେ ପୀଡିତା ।

Share

Leave a Reply

Your email address will not be published. Required fields are marked *

eight − 6 =