୩ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର()   ମାଡି ଆସୁଛି ବଡ ବର୍ଷା। ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୩ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ବଡ଼ ବନ୍ୟା ଆସିବାର ସମ୍ଭାବନା ରହିଛି। ପରିସ୍ଥିତି ମୁକାବିଲା ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ସେପଟେ ଆଜି ରାଜ୍ୟର ୮ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର।

Share

Leave a Reply

Your email address will not be published. Required fields are marked *

sixteen − 5 =