Thursday, October 29, 2026
Latestରାଜ୍ୟ

ବିଳମ୍ବରେ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର() ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କେରଳରେ ଜୁନ୍ ୧ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିସାରିଛି। କିଛି ମଡେଲ କିନ୍ତୁ ସୂଚାଉଛନ୍ତି ଯେ ଏହା ବିଳମ୍ବରେ ଆସିବ। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଲାଣି। ଚଳିତ ବର୍ଷ ଯଥେଷ୍ଟ ପୂର୍ବରୁ ଆଣ୍ଡାମାନରେ ମୌସୁମୀ ସ୍ପର୍ଶ କରିବ ବୋଲି ସଙ୍କେତ ମିଳିଲାଣି। ସଂପ୍ରତି ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ମୌସୁମୀ ପାଇଁ ଅନୁକୂଳ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ଆକଳନ କରାଯାଉଛି। ସାଧାରଣତଃ ମେ’ ୨୦ ତାରିଖରେ ଆଣ୍ଡାମାନକୁ ମୌସୁମୀ ବାୟୁ ଆସିଥାଏଷ । କିନ୍ତୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ଭାରତ ମହାସାଗରରୁ ବଙ୍ଗୋପସାଗକୁ ମୌସୁମୀ ବର୍ଷା ଟାଣିଆଣିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏଣୁ ଆଣ୍ଡାମାନରେ ୧୬ ତାରିଖରୁ ହିଁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି। କିନ୍ତୁ ଏହା ଶ୍ରୀଲଙ୍କା ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବାର ସମ୍ଭାବନା ଥିବାରୁ କେରଳ ମଧ୍ୟ ଆସିବାକୁ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି, ଆସନ୍ତା ୧୬ରେ ମୌସୁମୀ ଆଣ୍ଡାମାନ ଛୁଇଁପାରେ। କିନ୍ତୁ ଏହା ଶ୍ରୀଲଙ୍କା କିମ୍ବା କେରଳ କେବେ ଛୁଇଁବ ସେ ନେଇ ଏବେ ସ୍ପଷ୍ଟ କହିହେବ ନାହିଁ। ୧୬ ତାରିଖ ବେଳକୁ ଏ ସଂକ୍ରାନ୍ତରେ ସ୍ପଷ୍ଟଚିତ୍ର ଆସିବ।

Share

Leave a Reply

Your email address will not be published. Required fields are marked *

18 − eighteen =