ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ “ନିଓ ଫର ବିଜନେସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ) ପାଇଁ ସ୍ୱତନ୍ତ୍ର କାରବାର ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ “ନିଓ ଫର ବିଜନେସ୍‌’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ପ୍ରଥମ ଧରଣର ବ୍ୟାପକ ଡିଜିଟାଲ୍ ଉପସ୍ଥାପନା ଯାହା ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ବାସ୍ତବ, ଚଳନ୍ତୀ ଓ ଉଦୀୟମାନ ଆବଶ୍ୟକତା ପୂରଣ କରିବ ।
ଦେଶର ଜିଡିପି ପ୍ରତି ୬୫ ନିୟୁତରୁ ଅଧିକ ଏମ୍‌ଏସ୍‌ଏମ୍‌ଇର ୩୦ ପ୍ରତିଶତରୁ ଅଧିକ ଅବଦାନ ରହିଛି । ତାହାକୁ ଦୃଷ୍ଟିରେ ରଖି ଏମ୍‌ଏସ୍‌ଏମ୍‌ଇମାନଙ୍କ ବ୍ୟବସାୟ ଆବଶ୍ୟକତା ଓ ସେମାନେ ସାମ୍ନା କରୁଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଆକ୍ସିସ୍ ବ୍ୟାଙ୍କର ନିଓ ଫର ବିଜନେସ୍‌ରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯାଉଛି । ସେଗୁଡ଼ିକ ହେଉଛି ଡିଜିଟାଲ୍ ମାଧ୍ୟମରେ ନିଜେ ସାମିଲ ହେବ, ବଲ୍‌କ ପେମେଂଟ୍‌, ଜିଏସ୍‌ଟି ନିୟମ ପାଳନ ଇନ୍‌ଭଏସ୍‌, ପେମେଂଟ୍ ଗେଟ୍‌ୱେ ସମନ୍ୱୟ, ୩୬୦ ଡିଗ୍ରି ଗ୍ରାହକ ଭିଉ, ଏଣ୍ଡ୍‌-ଟୁ-ଏଣ୍ଡ୍ କାରବାର ଟ୍ରାକିଂ, ଅଟୋ ରିକନସିଲେସନ୍‌, ରିକରିଂ କଲେକ୍ସନ ଓ କ୍ୟାସ୍ ଫ୍ଲୋ ରିପୋର୍ଟ ।
ଏହି ସ୍ୱତନ୍ତ୍ର ସୁବିଧାଗୁଡ଼ିକ ଜରିଆରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଉନ୍ନତ ସୁବିଧା ଓ ଉତ୍ପାଦକତା ଉପଭୋଗ କରିପାରିବେ କାରଣ ସେମାନେ ଶାଖା ପରିଦର୍ଶନ ନକରି ଯେକୌଣସି ସ୍ଥାନରେ ରହି ବ୍ୟାଙ୍କିଙ୍ଗ କାରବାର ସମ୍ପାଦନ କରିପାରିବେ ।
ଆକ୍ସିସ୍ ବ୍ୟାଙ୍କରେ ଚଳନ୍ତୀ ଖାତା ଖୋଲିଥିବା ଗ୍ରାହକମାନେ ଏକ ମୋବାଇଲ୍ ଆପ୍ ଡାଉନ୍‌ଲୋଡ୍ କରି କିମ୍ବା ୱେବସାଇଟ୍‌ରେ ଡିଜିଟାଲ୍ ପଞ୍ଜୀକରଣ କରି ନିଓ ଫର ବିଜନେସ୍ ସୁବିଧା ହାସଲ କରିପାରିବେ । ବର୍ତମାନ ସୋଲ୍ ପ୍ରୋପାଇଟରସିପ୍ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ଖୁବ୍‌ଶୀଘ୍ର ତାହାକୁ କଂପାନି, ପାର୍ଟନରସିପ୍ ଓ ଏଲ୍‌ଏଲ୍‌ପି ପାଇଁ ଉପଲବ୍ଧ କରାଯିବ ।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ-ଟ୍ରେଜେରି, ମାର୍କେଟସ୍ ଓ ହୋଲ୍‌ସେଲ୍ ବ୍ୟାଙ୍କିଙ୍ଗ ପ୍ରଡକ୍ଟସ୍ ନୀରଜ ଗମ୍ଭୀର କହିଛନ୍ତି ଯେ, “ଗ୍ରାହକମାନଙ୍କୁ ବ୍ୟାପକ ଡିଜିଟାଲ ସେବା ପ୍ରଦାନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନିରନ୍ତର ଭାବେ ଅଗ୍ରଣୀ ପ୍ରଯୁକ୍ତି ଓ ଡାଟା ଆନାଲିଟିକ୍ସ ଦକ୍ଷତାରେ ନିବେଶ କରାଯାଉଛି । ସହଯୋଗିତା, ବ୍ୟବସ୍ଥା ଏବଂ ମୂଲ୍ୟ ଶୃଙ୍ଖଳାକୁ ବ୍ୟବହାର କରି ଆମ “ମୁକ୍ତ’ ଦର୍ଶନ ଅନୁସାରେ ବ୍ୟାଙ୍କିଙ୍ଗଠାରୁ ଆହୁରି ଅଧିକ ସମାଧାନ ପ୍ରଦାନ କରି ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିକୁ ବଢ଼ାଇବାକୁ ଚାହୁଛୁ ।
ଏମ୍‌ଏସ୍‌ଏମ୍‌ଇ ବ୍ୟାଙ୍କିଙ୍ଗ ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତନ ଘଟିଛି ଏବଂ ବ୍ୟାଙ୍କିଙ୍ଗ ଓ ବ୍ୟାଙ୍କିଙ୍ଗ ବାହାରେ ଏକ ବ୍ୟାପକ ସମାଧାନ ପ୍ରଦାନ କରିବାର ଆବଶ୍ୟକତା ଅନୁଭୂତ ହୋଇଛି । ଆମର ଦୃଷ୍ଟିକୋଣ ହେଉଛି ଏକ ବ୍ୟବସ୍ଥା ଗଠନ କରିବା ଯାହା ଗୋଟିଏ ପ୍ଲାଟଫର୍ମରେ ଉତ୍ପାଦ ଓ ସେବା ପ୍ରଦାନ କରିବା ସହ ସମାଧାନ କରିବ । ଆମର କର୍ପୋରେଟ୍ ବ୍ୟାଙ୍କିଙ୍ଗ ଗ୍ରାହକମାନଙ୍କ ପାଇଁ “ନିଓ ବାଏ ଆକ୍ସିସ୍ ବ୍ୟାଙ୍କ’ର ଶୁଭାରମ୍ଭ କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା ପ୍ରଦାନ କରୁଛି । ସେହି ପ୍ଲାଟଫର୍ମରେ ଏମ୍‌ଏସ୍‌ଏମ୍‌ଇମାନଙ୍କ ଲାଗି “ନିଓ ଫର ବିଜନେସ୍‌’ର ଶୁଭାରମ୍ଭ କରାଯାଇଛି । ଆମର ବିଶ୍ୱାସ ରହିଛି ଯେ ଏଥିରେ ଏଭଳି ବହୁ ସୁବିଧା ରହିଛି ଯାହା ଶିଳ୍ପରେ ପ୍ରଥମ । ନିଜର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବିଜନେସ୍ ବ୍ୟାଙ୍କିଙ୍ଗର ଏକ ନୂଆ ଯୁଗର ଅନୁଭବ ହାସଲ କରିପାରିବେ ।’’
ଏ ସମ୍ପର୍କର ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ହୋଲସେଲ୍ ବ୍ୟାଙ୍କିଙ୍ଗ୍ ବିବେକ ଗୁପ୍ତା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଗ୍ରାହକଙ୍କୁ ସବୁଥିରେ ସର୍ବଦା ଆଗରେ ରଖିଛୁ । ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଏକ ମୋବାଇଲ୍ ପ୍ରଥମ କାରବାର ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ସୃଷ୍ଟି କରିବାକୁ ନିଓ ଫର ବିଜନେସ୍ ଗଠନ କରାଯାଇଛି । ବ୍ୟାଙ୍କ ମାନର ନିରାପତା ସୁବିଧା ସୁଯୋଗ ସହିତ ଏଥିରେ ୟୁଆଇ/ୟୁଏକ୍ସ ରହିଛି । ନିଓ ଫର ବିଜନେସ୍‌ର ମୂଳରେ ରହିଛି ବିୟଣ୍ଡ ବ୍ୟାଙ୍କିଙ୍ଗ୍ ସୁବିଧା । ପାରମ୍ପରିକ ଇଟଂରନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମଗୁଡ଼ିକ ସାଧାରଣ ଶିଳ୍ପ ସୁବିଧା ପ୍ରଦାନ କରୁଥିବା ବେଳେ ବିୟଣ୍ଡ ବ୍ୟାଙ୍କିଙ୍ଗରେ ଗ୍ରାହକମାନେ ପରବର୍ତୀ ସ୍ତରର ସୁବିଧା ପାଇପାରିବେ । ନିଓ ଫର ବିଜନେସ୍‌ରେ ଆମେ ଏମ୍‌ଏସ୍‌ଏମ୍‌ଇମାନଙ୍କ ସବୁ ଆବଶ୍ୟକତାର ସମାଧାନ କରିବା ଲାଗି ଏକ ଦୃଢ଼ ଡିଜିଟାଲ୍ ବ୍ୟବସ୍ଥା ସୃଷ୍ଟି କରି କାରବାର ବ୍ୟାଙ୍କିଙ୍ଗ ଦୃଶ୍ୟପଟ୍ଟକୁ ବଦଳାଇବା ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

4 × 5 =