ଆଲେନ୍ ପକ୍ଷରୁ ପିଜି ମେଡିକାଲ୍ ଆଶାୟୀଙ୍କ ପାଇଁ ସୁପର୍ ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ମେଡିକାଲ୍ କୋଚିଂ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଆଲେନ୍ ପକ୍ଷରୁ ପିଜି ମେଡିକାଲ୍ ଆଶାୟୀ ଯଥା ନିଟ୍‌-ପିଜି, ଆଇଏନ୍‌ଆଇ-ସିଇଟି ଓ ଏଫ୍‌ଏମ୍‌ଜିଇ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭାବେ ଡିଜାଇନ୍ କରାଯାଇଥିବା ଆଲେନ୍ ନେକ୍ସଟ୍ ଆପ୍‌ର ଶୁଭାରମ୍ଭ କରାଯାଇଛି । ଏହି ଆପ୍ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ସୁବିଧା ଓ ସମ୍ବଳ ପ୍ରଦାନ କରୁଛି ଯାହା ଏହାକୁ ବଜାରରେ ଥିବା ଅନ୍ୟ ପରୀକ୍ଷା ପ୍ରସ୍ତୁତି ପ୍ଲାଟ୍‌ଫର୍ମଠାରୁ ଭିନ୍ନ କରିପାରିଛି ।
ଆଲେନ୍ ନେକ୍ସଟ୍‌ର ପୂର୍ଣ୍ଣକାଳୀନ ନିର୍ଦେଶକ ଅମନ ମାହେଶ୍ୱରୀ କହିଛନ୍ତି ଯେ, “ଆଲେନ୍ ନେକ୍ସଟ୍ ଆପ୍ ସହିତ ଆମର ଲକ୍ଷ୍ୟ ହେଉଛି ବ୍ୟସ୍ତବହୁଳ ଜୀବନ ସତ୍ୱେ ମେଡିକାଲ୍ ପିଜି ପ୍ରବେଶିକା ପରୀକ୍ଷାକୁ ଅଧିକ ସହଜ ଓ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚାଇବା । ନିଟ୍‌-ପିଜି, ଆଇଏନ୍‌ଆଇ-ସିଇଟି ଓ ଏଫ୍‌ଏମ୍‌ଜିଇ ପରୀକ୍ଷାରେ ଉତିର୍ଣ୍ଣ ହେବା ଲାଗି ସମ୍ପୂର୍ଣ୍ଣ ରୋଡ୍‌ମ୍ୟାପ୍ ପ୍ରଦାନ କରି ଆମର ଲକ୍ଷ୍ୟ ହେଉଛି ଶିକ୍ଷାଗତ ଓ ପେସାଦାର ଲକ୍ଷ୍ୟକୁ ସହଜରେ ହାସଲ କରିବା ଲାଗି ପିଜି ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ।’’
ପିଜି ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଜୀବନ ଅତ୍ୟନ୍ତ କଷ୍ଟକର । କାରଣ ଇଟଂର୍ନସିପ୍ ସହିତ ସେମାନଙ୍କୁ ପିଜି ପରୀକ୍ଷା ଲାଗି ପ୍ରସ୍ତୁତି କରିବାକୁ ପଡ଼ିଥାଏ । ମାତ୍ର ଆଲେନ୍ ନେକ୍ସଟ୍ ଆପ୍‌ର ଶୁଭାରମ୍ଭ ହୋଇଥିବାରୁ ଏବଂ ତାହାର ଆଲ୍‌ଫା, ବିଟା ଡେଲ୍‌ଟା ଭଳି ବ୍ୟାପକ କୋର୍ସ ପ୍ୟାକେଜ୍ ଜରିଆରେ ମେଡିକାଲ୍ ପିଜି ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ସହଜରେ ପ୍ରସ୍ତୁତି କରିପାରିବେ ।
ଏହି ଆପ୍ ଏକାଧିକ ସମ୍ବଳ ଆବଶ୍ୟକତାକୁ ଦୂର କରୁଛି ଏବଂ ସଦ୍ୟତମ ଓ ନିର୍ଦିଷ୍ଟ ଶିକ୍ଷାଗତ ବିଷୟବସ୍ତୁ କୁ ବିଶେଷଜ୍ଞ ଫାକଲ୍‌ଟିଙ୍କ ଦ୍ୱାରା ପ୍ରଦାନ କରୁଛି ।
ଆଲ୍‌ଫା କୋର୍ସରେ ଅଫ୍‌ଲାଇନ୍ ଶ୍ରେଣୀ ଗୃହ ପାଠପଢ଼ା ଓ ରିଭିଜନ୍ ସୁବିଧା ରହିଛି । ଏଥିରେ ୭୦୦ରୁ ଅଧିକ ଘଂଟାର ଭିଡିଓ, ଭଲ ର‌୍ୟାଙ୍କ୍ ହାସଲ କରିବା ଲାଗି ଏକ୍ସଟ୍ରା ଏଜ୍ ଭିଡିଓ, ନେକ୍ସଟ୍ ଷ୍ଟେଜ୍‌-୨ ପାଇଁ କ୍ଲିନିକାଲ୍ ଭିଡିଓ, ୨୦୦ରୁ ଅଧିକ ଘଂଟାର ଦ୍ରୁତ ରିଭିଜନ୍ ଭିିଡିଓ, ପୂର୍ବବର୍ଷଗୁଡ଼ିକର ୧୦,୦୦୦ରୁ ଅଧିକ ପ୍ରଶ୍ନ ବ୍ୟାଙ୍କ୍‌, ୨୦୦ରୁ ଅଧିକ ବିଷୟବସ୍ତୁ ଆଧାରିତ ପରୀକ୍ଷା, ଡିଜିଟାଲ୍ ଓ ପ୍ରିଟେଂଡ୍ ନୋଟ୍ ରହିଛି ।
ବିଟା କୋର୍ସକୁ ଅନ୍‌ଲାଇନ୍ ପାଠପଢ଼ା ଓ ରିିଭିଜନ ଲାଗି ପ୍ରସ୍ତୁତ କରାଯାଇଛି । ସେଥିରେ ରହିଛି ୭୦୦ରୁ ଅଧିକ ଘଂଟାର ଭିଡିଓ, ଏକ୍ସଟ୍ରା ଏଜ୍ ଭିଡିଓ, ୨୦୦ରୁ ଅଧିକ ଘଂଟାର ଦ୍ରୁତ ରିଭିଜନ୍ ଭିିଡିଓ, ପୂର୍ବବର୍ଷଗୁଡ଼ିକର ୧୦,୦୦୦ରୁ ଅଧିକ ପ୍ରଶ୍ନ ବ୍ୟାଙ୍କ୍‌, ୨୦୦ରୁ ଅଧିକ ବିଷୟବସ୍ତୁ ଆଧାରିତ ପରୀକ୍ଷା, ଡିଜିଟାଲ୍ ଓ ପ୍ରିଟେଂଡ୍ ନୋଟ୍ ରହିଛି ।
ଡେଲ୍‌ଟା କୋର୍ସରେ ରହିଛି ୧୦,୦୦୦ରୁ ଅଧିକ ପ୍ରଶ୍ନ ଓ ୨୦୦ରୁ ଅଧିକ ବିଷୟ ଆଧାରିତ ପରୀକ୍ଷା ଓ ପ୍ରମୁଖ ପରୀକ୍ଷା ।
ଏହି ଆପ୍‌ରେ ଦୈନିକ କୁଇଜ୍‌, କନସେପ୍‌ଚୁଆଲ୍ ଭିଡିଓ ସେକ୍ସନ୍‌, ସଦ୍ୟତମ ଖବର, ପରୀକ୍ଷା ସୂଚନା, ଭିଡିଓ ବ୍ୟାଙ୍କ୍ ଭଳି ଆହୁରି ବହୁ ସୁବିଧା ରହିଛି ।

Share

Leave a Reply

Your email address will not be published. Required fields are marked *

2 + sixteen =