ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ “ଏନ୍‌ଏକ୍ସ୫୦୦’ର ବୁକିଂ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ‘ଏନଏକ୍ସ୫୦୦’ ଆଡଭେଂଚର ଟୁରରକୁ ୫,୯୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌, ଦିଲ୍ଲୀ) ଭଳି ଆକର୍ଷଣୀୟ ମୂଲ୍ୟରେ ଉନ୍ମୋଚନ କରାଯାଇଛି । ସିବିୟୁ ରୁଟ୍‌ରେ ଏହି ନୂଆ ମଡେଲ୍ ଭାରତୀୟ ବଜାରକୁ ଆସିବ ।
ସବୁ ପ୍ରକାର ରାସ୍ତାରେ ଉଲ୍ଲାସପୂର୍ଣ୍ଣ ଅନୁଭବ ପ୍ରଦାନ କରିବା ଲାଗି ନୂଆ ଏନ୍‌ଏକ୍ସ୫୦୦ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ପଥୁରିଆ ରାସ୍ତାଠାରୁ ଆରମ୍ଭ କରି ଲମ୍ବା ଦୂରତା ରାସ୍ତା ପର୍ଯ୍ୟନ୍ତ ସବୁ ପ୍ରକାର ରାସ୍ତାରେ ଏହା ଚମତ୍କାର ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ । ନୂଆ ଏନ୍‌ଏକ୍ସ୫୦୦ ପାଇଁ ବୁକିଂ ଆରମ୍ଭ ହୋଇଛି ଏବଂ ସାରା ଭାରତରେ ଥିବା ବିଗ୍‌ୱିଙ୍ଗ ଡିଲରସିପ୍‌ରେ ତାହା ଉପଲବ୍ଧ ହେବ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଭାରତରେ ବହୁ ପ୍ରତୀକ୍ଷିତ ଏନଏକ୍ସ୫୦୦କୁ ଆମେ ଗର୍ବର ସହ ଉନ୍ମୋଚନ କରିବା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ୍ ହୋଇଛି । ଏହି ଆଧୁନିକ ଷ୍ଟ୍ରିଟ୍ ଆଡଭେଂଚର ମୋଟରସାଇକଲ ଅଭିନବତା ପ୍ରତି ଆମର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଏବଂ ପୁରୁଣା ଗାଡ଼ି ଚାଳନା ରୋମାଂଚ ପ୍ରଦାନ କରୁଛି । ଏହାର କ୍ରସଓଭର ଡିଜାଇନ, ପ୍ରିମିୟମ ପ୍ରଯୁକ୍ତି ଏବଂ ଜୀବନ୍ତ ଟ୍ୱିନ-ସିଲିଣ୍ଡର ଇଞ୍ଜିନ ସହିତ ଏନଏକ୍ସ ୫୦୦ ଗ୍ରାହକଙ୍କ ବାଇକ୍ ଚାଳନା ଅନୁଭୂତିକୁ ବଦଳାଇବ ଏବଂ ଦୁଇ ଚକିଆରେ ଦୁଃସାହସିକ ମନୋଭାବ ପାଳନ କରିବାକୁ ଯାଉଛି ।’’
ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, “ଇଆଇସିଏମଏ-୨୦୨୩ରେ ବିଶ୍ୱସ୍ତରରେ ପଦାର୍ପଣ ହେବାର ତିନି ମାସ ମଧ୍ୟରେ ଭାରତୀୟ ବଜାରରେ ନୂତନ ଏନଏକ୍ସ୫୦୦କୁ ଉନ୍ମୋଚନ କରି ଆମେ ଆନନ୍ଦିତ । ଆମେ ଏହି ରୋମାଂଚକର ଯାତ୍ରା ଆରମ୍ଭ କରୁଥିବା ବେଳେ ଆମେ ନିଶ୍ଚିତ ଯେ ଏନଏକ୍ସ ୫୦୦ ଭାରତରେ ଏଡିଭି ଗ୍ରାହକମାନଙ୍କୁ ଉତ୍ସାହିତ କରିବ । ଏନଏକ୍ସ୫୦୦ ପାଇଁ ବୁକିଂ ଏବେ ଆମର ପ୍ରିମିୟମ ବିଗୱିଙ୍ଗ ଡିଲରସିପ୍‌ରେ ଖୋଲା ରହିଛି ଏବଂ ଆସନ୍ତା ମାସରୁ ଏହାର ଡେଲିଭରି ଆରମ୍ଭ ହେବ ।’’
ଏନ୍‌ଏକ୍ସ୫୦୦କୁ ଡେଲି କ୍ରସଓଭର ଡିଜାଇନ ପ୍ରଦାନ କରାଯାଇଥିବା ବେଳେ ଏଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ହେଡ୍‌ଲାଇଟ୍‌, ୫ ଇଂଚ୍‌ର ଟିଏଫଟି ରଙ୍ଗିନ ସ୍କ୍ରିନ୍‌, ଆଇଓଏସ୍‌/ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସଂଯୋଗ, ଜରୁରୀକାଳୀନ ଷ୍ଟପ୍

ସିଗ୍‌ନାଲ୍‌, ୪୭୧ ସିସି ଲିକ୍ୱିଡ୍ କୁଲ୍‌ଡ, ୪-ଷ୍ଟ୍ରୋକ୍ ଡିଓଏଚ୍‌ସି ଇଞ୍ଜିନ, ଆସିଷ୍ଟ୍‌/ ସ୍ଲିପର୍ କ୍ଲଚ୍‌, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍‌, ପ୍ରୋ ଲିଙ୍କ ମୋନୋ ସସ୍‌ପେନ୍‌ସନ୍‌, ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ଭଳି ସୁବିଧାସୁଯୋଗ ରହିଛି ।
ଏହା ତିନିଟି ରଙ୍ଗ ସ୍କିମ୍ ଗ୍ରାଣ୍ଡ୍ ପ୍ରିକ୍ସ ରେଡ୍‌, ମ୍ୟାଟ୍ ଗନପାଉଡର ବ୍ଲାକ୍ ମେଟାଲିକ୍ ଓ ପର୍ଲ ହରାଇଜନ୍ ହ୍ୱାଇଟ୍‌ରେ ୫,୯୦,୦୦୦ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହୋଇଛି ଏହାର ଡେଲିଭରି ୨୦୨୪ ଫେବ୍ରୁଆରିରୁ ଆରମ୍ଭ ହେବ ।

Share

Leave a Reply

Your email address will not be published. Required fields are marked *

5 × 3 =